Satavaya
ଗାଁମୁଣ୍ଡରେ ଗାଡ଼ି ଲାଗିଛି, ପେଟ ପାଟଣା ପାଇଁ ଘରଦ୍ୱାର ଓ ଆପଣାଙ୍କୁ ଛାଡ଼ି କାମଧନ୍ଦା ଲାଗି କେରଳ ଓ ତାମିଲନାଡୁ ମୁହାଁ ମଣିଷ । ସେମାନେ ହେଉଛନ୍ତି ଦାଦନ ଶ୍ରମିକ,ତାହା ବୁଝିବାକୁ ବାକିନାହିଁ । ୧୯୯୯ ମହାବାତ୍ୟା ପରଠୁ ଏମିତି ନିୟମିତ ଚାଲିଛି। ପରିବାର- ପିଲାଛୁଆ ଧରି ଦି ପଇସା କମେଇବାକୁ ଗାଁଠୁ ହଜାର ହଜାର କିଲୋମିଟର ଦୂର ଚେନ୍ନାଇ ଓ କେରଳ ଧାଉଁଥିବା ସାତଭାୟାର ଲୋକମାନେ କିଏ ଇଟା ଭାଟିରେ ତ କିଏ ସୂତାକଳରେ ତ ପୁଣି କିଏ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଛନ୍ତି ।
Advertisment
ଭଲ ଦି ପଇସା ହାତକୁ ଆସିଗଲେ, ଭିଟାମାଟି ବୁଲି ଆସୁଛନ୍ତି। ବାପା-ମାଆ ଓ ପରିଜନଙ୍କ ସହ କିଛି ଦିନ କଟାଇ ଖର୍ଚ୍ଚ-ପାଣି ଦେଇ ପୁଣି କର୍ମକ୍ଷେତ୍ରକୁ ଫେରୁଛନ୍ତି। ତେବେ ଓଡ଼ିଶା ସରକାର ଦାଦନ ରୋକିବାକୁ ମାଳ ମାଳ ଯୋଜନା କରିଥିବା ନେଇ ଯେଉଁ ପ୍ରଚାର ଚାଲିଛି, ସେକଥା ପଚାରିବାରେ,ସେମାନଙ୍କ ଉତ୍ତରଥିଲା ବେଶ୍ ତାଚ୍ଛଲ୍ୟଭରା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)