Advertisment

ଖାଲି ପଶ୍ଚିମ ନୁହେଁ, ଦକ୍ଷିଣ ଓଡ଼ିଶାରେ ବି ଦେଶୀ ମଦର ବିଶାଳ ସାମ୍ରାଜ୍ୟ

ଦେଶୀ ମଦ ଭାଟିଟି ଗତ ୩୦ ବର୍ଷ ହେଲା ଜଣେ ବ୍ୟକ୍ତିଙ୍କ ନାମରେ ରହିଛି । କେବେ ଟେଣ୍ଡର ହେଉଛି, କେବେ ପୁଣି ତାଙ୍କୁ ଲାଇସେନ୍ସ ମିଳିଯାଉଛି, ସର୍ବସାଧାରଣ ଜାଣିପାରୁନାହାନ୍ତି । ଏମିତିକି ଏଇ ମଦଭାଟି ମାଲିକ ନିର୍ବାଚନ ସମୟରେ ନିଜଆଡ଼ୁ ତାଙ୍କୁ ୭ ଲକ୍ଷ ଟଙ୍କା ଯାଚିଥିବା ନେଇ ଖୁଲାସା କରିଛନ୍ତି ପୂର୍ବତନ କାଉନସିଲର ପ୍ରାର୍ଥୀ।

author-image
Tanmay Kumar Mahalik

ଖାଲି ପଶ୍ଚିମ ଓଡ଼ିଶା ନୁହେଁ, ଦକ୍ଷିଣ ଓଡ଼ିଶାରେ ବି ରହିଛି ଦେଶୀ ମଦର ବିଶାଳ ସାମ୍ରାଜ୍ୟ। ଆଉ ଦକ୍ଷିଣ ଓଡ଼ିଶା ଦେଶୀ ମଦ କାରବାରର ପେଣ୍ଠ ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ। ଜିଲ୍ଲାର ଖଲିକୋଟ ବ୍ଲକରେ ଗାଁ ଗାଁରେ ଖୋଲିଛି ଦେଶୀ ମଦଭାଟି। ଏଥିରୁ ଅନେକ ଦେଶୀ ମଦଭାଟି ବେଆଇନ ଭାବେ ଚାଲିଥିବା ବେଳେ ଲାଇସେନ୍ସପ୍ରାପ୍ତ ମଦ ଭାଟି ବି ବର୍ଷ ବର୍ଷ ଧରି ଜଣେ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ରହିଆସିଛି। ଏସବୁ ମଦ ଭାଟିର ପୁନଃ ଲାଇସେନ୍ସ ପାଇଁ ନା କେବେ ଟେଣ୍ଡର ହେଉଛି, ନା ଲଟେରୀ ବାହାର କରାଯାଉଛି ।

Advertisment

ସେଇ ସମାନ ଅବସ୍ଥା ଜିଲ୍ଲାର କବିସୂର୍ଯ୍ୟନଗରରେ। ଏଠାରେ ଥିବା ଦେଶୀ ମଦ ଭାଟିଟି ଗତ ୩୦ ବର୍ଷ ହେଲା ଜଣେ ବ୍ୟକ୍ତିଙ୍କ ନାମରେ ରହିଛି । କେବେ ଟେଣ୍ଡର ହେଉଛି, କେବେ ପୁଣି ତାଙ୍କୁ ଲାଇସେନ୍ସ ମିଳିଯାଉଛି, ସର୍ବସାଧାରଣ ଜାଣିପାରୁନାହାନ୍ତି । ଏମିତିକି ଏଇ ମଦଭାଟି ମାଲିକ ନିର୍ବାଚନ ସମୟରେ ନିଜଆଡ଼ୁ ତାଙ୍କୁ ୭ ଲକ୍ଷ ଟଙ୍କା ଯାଚିଥିବା ନେଇ ଖୁଲାସା କରିଛନ୍ତି ପୂର୍ବତନ କାଉନସିଲର ପ୍ରାର୍ଥୀ। ଯେହେତୁ ଏସବୁ ମଦ ଭାଟି ଦୀର୍ଘଦିନ ହେଲା ଜଣ ଜଣଙ୍କ ପତିଆରାରେ ରହୁଛି, ଏସବୁରେ ବି ଆୟକର ଚଢ଼ାଉ ହେଲେ ପୁଳା ପୁଳା କଳାଟଙ୍କା ବାହାରିବ ବୋଲି ଦୃଢ଼ତାର ସହ କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ।

Bolangir Ganjam Liquor IT Raid
Advertisment
Advertisment