Advertisment

ରୁଷରେ ଡୋଭାଲ ଚିନ୍ତାରେ ଆମେରିକା

ଆମେରିକାର ଟାରିଫ ଯୁଦ୍ଧ ଭିତରେ ରୁଷିଆକୁ ଭୁଲିନି ଭାରତ। ଆମେରିକାକୁ କାଉଣ୍ଟର କରିବା ପାଇଁ ରୁଷ ଗସ୍ତ କରିଛନ୍ତି ଭାରତର ଜେମ୍ସ ବଣ୍ଡ। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ଏନଏସଏ ଅଜିତ ଡୋଭାଲଙ୍କ ରୁଷ୍ ଗସ୍ତକୁ ନେଇ ବଡ଼ ଚର୍ଚ୍ଚା। ରୁଷରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ ଅଜିତ ଡୋଭାଲ। ଏହି ବୈଠକରେ ଭାରତ-ରୁଷ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ, ତୈଳ କଟକଣା ଏବଂ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି । ଯାହା ଉପରେ ଉଭୟ ଦେଶ ସମେତ ସମଗ୍ର ବିଶ୍ବର ମଧ୍ୟ ନଜର ରହିଛି। ଅଜିତ ଡୋଭାଲଙ୍କ ରୁଷ ଗସ୍ତ ଏପରି ଏକ ସମୟରେ ହୋଇଛି, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ତୈଳ କିଣିବା କାରଣରୁ ଭାରତୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ବୃଦ୍ଧି କରି ଚର୍ଚ୍ଚାରେ ରହିଛନ୍ତି। ଅଜିତଙ୍କ ଏହି ଗସ୍ତ ଟ୍ରମ୍ପଙ୍କୁ ଝଟକା ଦେଇପାରେ ବୋଲି ମତପ୍ରକାଶ ପାଉଛି। ରୁଷିଆ ସହ ଉଚ୍ଚସ୍ତରୀୟ ବୈଠକରେ ବିଶ୍ବସ୍ତରରେ ବର୍ତ୍ତମାନର ଉତ୍ତେଜନା ଉପରେ ମଧ୍ୟ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।

author-image
Chinmayee Sahoo

Ajit Doval US President Donald Trump
Advertisment
Advertisment