Advertisment

୧୦ ହଜାର ଟପିବ ମୃତ୍ୟୁ ସଂଖ୍ୟା !

ଶୁକ୍ରବାର ମିଆଁମାର ଓ ଥାଇଲାଣ୍ଡରେ ହୋଇଥିବା ଭୂମିକମ୍ପ ପରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଭୂକମ୍ପରେ ଏଯାଏଁ ୧୦୦୦ରୁ ଅଧିକ ଲୋଙ୍କ ଜୀବନ ଯାଇଛି।

author-image
Santosh Kumar Sahoo

ଚାରିଆଡେ ହାହାକାର୍‌। ଭୁଶୁଡି ପଡିଛି ବଡ଼ ବଡ଼ ଅଟ୍ଟାଳିକା। ମାଟିରେ ମିଶିଛି କୋଠା। ସୂନ୍ଦର ସହର ପାଇଁ ପରିଚିତ ଥାଇଲାଣ୍ଡ ଆଜି ଧୂଳି ଗଦା ଉପରେ ଠିଆ ହୋଇଛି। ତାସ ପତ୍ତା ପରି ଭୁଶୁଡି ଯାଇଛି ଲୋକଙ୍କ ସ୍ୱପ୍ନର ମହଲ। ତାଣ୍ଡବ ରଚିଛି ପ୍ରକୃତି। ଦେଖାଇଛି କରାଳ ରୂପ। ମାଟି ତଳେ ଚାଲିଛି ଜୀବନ ଖୋଜା। ମଶାଣି ଭୂଇଁ ସଦୃଶ ରୂପ ନେଇଛି ରାଜଧାନୀ। ଶୁକ୍ରବାର ମିଆଁମାର ଓ ଥାଇଲାଣ୍ଡରେ ହୋଇଥିବା ଭୂମିକମ୍ପ ପରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଭୂକମ୍ପରେ ଏଯାଏଁ ୧୦୦୦ରୁ ଅଧିକ ଲୋଙ୍କ ଜୀବନ ଯାଇଛି। ସେହିପରି ୧୬୭୦ ଜଣ ଆହତ ହୋଇଛନ୍ତି। ଏବେବି ଧ୍ବଂସାବଶେଷ ତଳେ ଆହୁରି ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି। ଆମେରିକାର ଜିଓଲୋଜିକାଲ ସର୍ଭେ ସଂସ୍ଥା ଆକଳନ ଅନୁଯାୟୀ, ଆଗକୁ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିବ।

Advertisment
Earthquake Thailand
Advertisment
Advertisment