Advertisment

ଇସଲାମାବାଦକୁ ଭାରି ପଡ଼ିଲା ଭାରତ ବିରୋଧରେ ପଙ୍ଗା

ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନକୁ ପାନେ ଦେବାକୁ ଭାରତର ବଜ୍ର ଶପଥ, ଅପରେସନ୍ ସିନ୍ଦୂର ଜରିଆରେ ସଫଳ ରୂପ ନେବା ପରେ ଭାଙ୍ଗି ଯାଇଛି ଆତଙ୍କୀସ୍ତାନର ଅଣ୍ଟା।

author-image
Santosh Kumar Sahoo

ପାଖରେ ଧନ ନାହିଁ, କିନ୍ତୁ ମୁହଁ ଫୁଟାଣି କମୁନି। ଭାରତ ସହ ପହଲଗାମ୍ ପଙ୍ଗା ନେବା ପରେ ଅପରେସନ୍ ସିନ୍ଦୂର ମାଧ୍ୟମରେ ଇସାଲାମାବାଦକୁ ନୂଆଦିଲ୍ଲୀ ଦେଇଥିବା ମୁହଁତୋଡ଼ ଜବାବ ପରେ ଏକପ୍ରକାର ଡଙ୍କ ମୋଡ଼ି ପଡ଼ିଛି ଶେହବାଜ ସରକାର। କୁହାଯାଉଛି, ଭାରତ ସହ ଯୁଦ୍ଧ ଲଢ଼ିବାକୁ ଅର୍ଥ ଓ ଅସ୍ତ୍ରଶସ୍ତ୍ର ବଳ ଗୋଟାଇବାକୁ IMF ଓ ଅନ୍ୟ ବିଦେଶୀ ସହଯୋଗୀଙ୍କୁ ହାତ ପତାଇଛି ପାକିସ୍ତାନ। ସେପଟେ ପାକିସ୍ତାନ ଉପରେ ଭାରତର ସାମରିକ ଆକ୍ରମଣ ଭାରି ପଡ଼ୁଥିବାରୁ ଆଜି ବି ପାକ୍ ସଂସଦରେ ତାଙ୍କ ପ୍ରଧାନମନ୍ତ୍ରୀ ଓ ସେନାମୁଖ୍ୟଙ୍କୁ ଧୋଇଛନ୍ତି ବିରୋଧୀ ଦଳର ସାଂସଦ।

Advertisment
IMF India Pakistan
Advertisment
Advertisment