Israel Iran War
ଆହୁରି ଭୀଷଣ ହେଉଛି ଇସ୍ରାଏଲ ଇରାନ ଯୁଦ୍ଧ। ଉଭୟ ପଟରୁ ବର୍ଷୁଛି ମିସାଇଲ। ଘନ ଘନ ଜାରି ରହିଛି ବୋମା ମାଡ଼। ତେହେରାନରେ ଧ୍ୱଂସ ଘଟାଇଛି ଇସ୍ରାଏଲ । ଇରାନ୍ର ଆଖି, ଛାତିକୁ ହିଟ୍ କରୁଛି ଶକ୍ତିଶାଳୀ ମିସାଇଲ। ଖୋଜି ଖୋଜି ଇରାନ୍ର ଆଣବିକ କେନ୍ଦ୍ରକୁ ଟାର୍ଗେଟ୍ କରୁଛି। ସେପଟେ ଇରାନର ଆକ୍ରମଣରେ ଇସ୍ରାଏଲ ମଧ୍ୟ କ୍ଷତି ସହିଛି । ଇରାନର ଆକ୍ରମଣ ପରେ, ଇସ୍ରାଏଲ ଏବେ ଏକ ବଡ଼ ଆକ୍ରମଣ ପାଇଁ ଚଳାଇଛି ପ୍ଲାନିଂ। ଆଗକୁ ବଙ୍କର ବଷ୍ଟର ବୋମା ସାହାଯ୍ୟରେ ଇରାନ୍କୁ ମାଟିରେ ମିଶାଇକୁ ଯୋଜନା କରୁଛି ଇସ୍ରାଏଲ। ତେହରାନରେ ଥିବା ମୁଖ୍ୟ ଆଣବିକ୍ ସାଇଟ୍କୁ ଧ୍ୱଂସ କରିବାକୁ ଚାହୁଁଛି ସେ। ଏଥିପାଇଁ ଆମେରିକାକୁ ମାଗିଛି ଏହି ବିଧ୍ୱଂସକାରୀ ବୋମା। ଏହି ବୋମା ଆଣିବାକୁ ସେ ବ୍ୟାକୁଳ ହୋଇପଡିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)