Advertisment

ଜେଲରେ ଥାଇ ସିଆଣିଆ ଦେଖେଇହେଲେ ଇମ୍ରାନ ଖାନ, ଭାରତକୁ କହିଲେ ଏମିତି

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ନେଇ ଜେଲରେ ଥାଇ ସିଆଣିଆ ଦେଖେଇହେଲେ ଇମ୍ରାନ୍ ଖାନ । ଆକ୍ରମଣ ନେଇ ମିଛ ସହାନଭୂତି ଦେଖାଇଲେ, ଏହାପରେ ନିଜ ଓ୍ୱକାତକୁ ଆସି ମୁହଁ ଫୁଟାଣି ମାରି ଭାରତ ବିରୁଦ୍ଧରେ ବିଷ ଓଗାଳିଲେ ।

author-image
Namita Biswal
ଅଦ୍ୟତନ ହୋଇଛି

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ନେଇ ଜେଲରେ ଥାଇ ପ୍ରତିକ୍ରିୟା ରଖିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆକ୍ରମଣ ନେଇ ମିଛ ସହାନଭୂତି ଦେଖାଇଲେ, ଏହାପରେ ନିଜ ଓ୍ୱକାତକୁ ଆସି ମୁହଁ ଫୁଟାଣି ମାରି ଭାରତ ବିରୁଦ୍ଧରେ ବିଷ ଓଗାଳିଲେ । ଜେଲ ଭିତରେ ଥାଇ ୨୨ ଏପ୍ରିଲ ଦିନ ଇମ୍ରାନ ସୋସିଆଲ ମିଡିଆ X ରେ ଏକ ଲମ୍ବା ଚଉଡ଼ା ଟ୍ୱିଟ କରିଥିଲେ । ଯେଉଁଥିରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାଧାରଣ ଲୋକ ଜୀବନ ହରାଇବାକୁ 'ଅତ୍ୟନ୍ତ ବିଚଳିତକାରୀ ଏବଂ ଦୁଃଖଦ' ବୋଲି ସେ ଅଭିହିତ କରିଥିଲେ । ମୃତକଙ୍କ ପରିବାରବର୍ଗକୁ ସମବେଦନା ଜଣାଇଥିଲେ, ଏହାସହ ଭାରତ ଏନେଇ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହି ସିଆଣିଆ ଦେଖେଇ ହୋଇଥିଲେ ଇମ୍ରାନ ।

Advertisment
Imran Khan India Pakistan News Pahalgam Terrorist Attack
Advertisment
Advertisment