Advertisment

Myanmar Earthquake: ଦାଉ ସାଧିଛି ପ୍ରକୃତି; ଗଲାଣି ୩,୬୦୦ ଜୀବନ, ଏବେ ବି ଚାଲିଛି ଜୀବନ ଖୋଜା

ମୃତ୍ୟୁ ସଂଖ୍ୟା ଟପିଲାଣି ୩୬୦୦, ତଥାପି ସରୁନି ଶବ ଖୋଜା । ଗଦା ଗଦା ଭଙ୍ଗା ଘର ଭିତରୁ ମୃତଦେହ ବାହାର କରିବାର ଏ ହେଉଛି କିଛି ଚିତ୍ର । ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୩,୬୦୦କୁ ବୃଦ୍ଧି ପାଇଛି ଏବଂ ପାଖାପାଖି ୨ଶହ ଲୋକଙ୍କ ପତ୍ତା ମିଳୁନାହିଁ ।

author-image
Namita Biswal
ଅଦ୍ୟତନ ହୋଇଛି

ସରୁନି ଶବ ଖୋଜା... ମୃତ୍ୟୁ ସଂଖ୍ୟା ଟପିଲାଣି ୩୬୦୦ । ଗଦା ଗଦା ଭଙ୍ଗା ଘର ଭିତରୁ ମୃତଦେହ ବାହାର କରିବାର ଏ ହେଉଛି କିଛି ଚିତ୍ର । ମିଆଁମାରରେ ହୋଇଥିବା ଭୂମିକମ୍ପର ଦୃଶ୍ୟ ଦେଖିଲେ ନିହାତି ଆପଣଙ୍କ ଛାତି ଥରି ଉଠିବ । ଭୟଙ୍କର ଭୂମିକମ୍ପରେ ଏଠି ଦୋହଲି ଯାଇଥିଲା ସବୁ କିଛି । ଆଉ ତା’ ପରେ ଏଠି ଅନୁଭୂତ ହୋଇସାରିଛି ୯୮ଟି ଭୂମିକମ୍ପ । ଦେଶର ପାଣିପାଗ ଏବଂ ଜଳବିଜ୍ଞାନ ବିଭାଗ ମଙ୍ଗଳବାର ଏହି ସୂଚନା ଦେଇଛି । ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୩,୬୦୦କୁ ବୃଦ୍ଧି ପାଇଛି, ୫୦୧୭ ଜଣ ଆହତ ହୋଇଛନ୍ତି ଏବଂ ପାଖାପାଖି ୨ଶହ ଲୋକଙ୍କ ପତ୍ତା ମିଳୁନାହିଁ । 

Advertisment
Earthquake Myanmar
Advertisment
Advertisment