Advertisment

ରକ୍ତ ଚାଉଳ ଚୋବାଉଛି ଇରାନ, ମିସାଇଲ୍ ଟାର୍ଗେଟରେ ଆମେରିକା !

ଆମେରିକାର ଆକ୍ରମଣ ପରେ ଇରାନ ଚୋବାଉଛି ରକ୍ତ ଚାଉଳ। ଇସ୍ରାଇଲ ଉପରେ କରିଛି କ୍ଷେପଣାସ୍ତ୍ର ବର୍ଷା । ଏବେ ଇରାନ ମିଶାଇଲ ଟାର୍ଗେଟରେ ଆମେରିକା ! ଇରାନ ପାଇଁ ଏବେ କ'ଣ ବିକଳ୍ପ ବାକି ଅଛି ?

author-image
Namita Biswal

ଯୁଦ୍ଧର କରାଳ କାୟା ଭିତରେ ମଧ୍ୟପ୍ରାଚ୍ୟ। ଦିନକୁ ଦିନ ଅତି ଭୀଷଣ ରୂପ ନେଉଛି ଇରାନ-ଇସ୍ରାଏଲ ଯୁଦ୍ଧ। ଆଉ ଏଥିରେ ଏବେ ଆମେରିକାର ଏହି ଯୁଦ୍ଧରେ ପ୍ରବେଶ କରିଛି। ରବିବାର ଆମେରିକା ବଙ୍କର ବଷ୍ଟର ବୋମା ସହ B2 ଷ୍ଟେଲ୍ଥ ବମ୍ୱର ଦ୍ୱାରା ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କରିଥିଲା । ଇରାନର ପରମାଣୁ କ୍ଷମତା ପଙ୍ଗୁ କରିବା ଲକ୍ଷ୍ୟରେ ହୋଇଥିଲା ଏହି ଆକ୍ରମଣ । ତେବେ ଏହି ଆକ୍ରମଣ ପରେ ରକ୍ତମୁଖା ହୋଇପଡ଼ିଛି ଇରାନ । ଆଉ ଇସ୍ରାଏଲର ୧୦ଟି ସହର ଉପରେ ଘନ ଘନ ମିସାଇଲ ଆଟାକ କରିଛି ଇରାନ । ତେବେ ଏହାରି ମଧ୍ୟରେ ସାମ୍ଭାବ୍ୟ ଆକ୍ରମଣକୁ ଆଖି ଆଗରେ ଆମେରିକା ମଧ୍ୟ ନିଜ ପ୍ରମୁଖ ସହରକୁ ହାଇଆଲର୍ଟରେ ରଖିଛି । 

Advertisment
USA Tehran Tension In Middle East
Advertisment
Advertisment