Advertisment

ଦିନକୁ ଦିନ ଘାତକ ହେଉଛି ବ୍ରେନ ଷ୍ଟ୍ରୋକ୍

ଘାତକ ସାଜିଛି ବ୍ରେନ ଷ୍ଟୋକ୍ । କ୍ଷଣିକରେ ନେଇ ଯାଉଛି ଜୀବନ। ନ ହେଲେ ସାରା ଜୀବନ ପାଇଁ କରିଦେଉଛି ଅଚଳ। ହେଲେ ସଠିକ୍ ସମୟରେ ସଠିକ୍ ଚିକିତ୍ସା କିଛି ମାତ୍ରାରେ ରୋଗକୁ ପ୍ରତିହତ କରିପାରୁଛି।

author-image
Santosh Kumar Sahoo

ଘାତକ ସାଜିଛି ବ୍ରେନ ଷ୍ଟୋକ୍ । କ୍ଷଣିକରେ ନେଇ ଯାଉଛି ଜୀବନ। ନ ହେଲେ ସାରା ଜୀବନ ପାଇଁ କରିଦେଉଛି ଅଚଳ। ହେଲେ ସଠିକ୍ ସମୟରେ ସଠିକ୍ ଚିକିତ୍ସା କିଛି ମାତ୍ରାରେ ରୋଗକୁ ପ୍ରତିହତ କରିପାରୁଛି। ଏଇ ଯେମିତି ଭୁବନେଶ୍ୱରର ନନ୍ଦନ ବିହାରର ସୁମିତ ସିଂ ଠାକୁର। ସୁମିତ ଜଣେ ଆଇଟି ପ୍ରଫେସନାଲ। ୨୦୨୦ରେ ୧୨ ଘଣ୍ଟାରେ ଦୁଇ ଦୁଇଟି ଷ୍ଟ୍ରୋକର ଶିକାର ହୋଇଥିଲେ ସୁମିତ। ଅଚଳ ହୋଇଗଲା ଡାହାଣ ଗୋଡ ଆଉ ହାତ। କଥା କହିବା ପୂରା ବନ୍ଦ। ସଙ୍ଗେ ସଙ୍ଗେ ମେଡିକାଲ ନେଇ ଚିକିତ୍ସା ଆରମ୍ଭ ହେବାରୁ ୬ ମାସ ଲାଗିଲା ଟିକେ ରିକୋଭରି ପାଇଁ। ହେଲେ ଏବେ ବି କଥା ପୂରା ଠିକ୍ ସେ କହି ପାରୁନହାନ୍ତି। ପାଟି ଲାଗୁଛି। ଏବେ ଯୋଗ ଆଉ ବ୍ୟାୟାମ ଚାଲିଛି। ଶୀଘ୍ର ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଆଶା। ତେଣୁ ଜୀବନଶୈଳୀରେ ପରବିର୍ତ୍ତନ ଆଣି ଯୋଗ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି ସୁମିତ। ତଥ୍ୟ କହୁଛି ପ୍ରତି ୪ ଜଣଙ୍କ ମଧ୍ୟରେ ଜଣଙ୍କୁ ବ୍ରେନ ଷ୍ଟ୍ରୋକ ହେବାର ରିସ୍କ ରହିଛି।

Advertisment
Brain Stroke India
Advertisment
Advertisment