Advertisment

ଚିନ୍ତା ବଢାଉଛି ଆଣ୍ଟିବାୟୋଟିକ୍ସର ଅପବ୍ୟବହାର

ସାବଧାନ! ମହଙ୍ଗା ପଡ଼ିବ ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି । ଧରାପଡ଼ିଲେ, ଆଇନ ଅନୁସାରେ ଦଣ୍ଡିତ ହେବେ। ମେଡିସିନ୍ ଷ୍ଟୋର ଲାଇସେନ୍ସ ବି ରଦ୍ଦ ହୋଇପାରେ।

author-image
Santosh Kumar Sahoo

ସାବଧାନ! ମହଙ୍ଗା ପଡ଼ିବ ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି । ଧରାପଡ଼ିଲେ, ଆଇନ ଅନୁସାରେ ଦଣ୍ଡିତ ହେବେ। ମେଡିସିନ୍ ଷ୍ଟୋର ଲାଇସେନ୍ସ ବି ରଦ୍ଦ ହୋଇପାରେ। ଆଣ୍ଟିବାୟୋଟିକ୍ ବହୁଳ ବ୍ୟବହାରକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଔଷଧ ଦୋକାନୀଙ୍କୁ ଆଜି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଏଭଳି କଡ଼ା ଚେତାବନୀ ଦେଇଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର କହିଛନ୍ତି, ଡ୍ରଗ୍ସ ଆଣ୍ଡ କସମେଟିକ୍ ଆକ୍ଟ ଅନୁଯାୟୀ, ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି ସମ୍ପୂର୍ଣ୍ଣ ନିଷେଧ । ଯଦି କୌଣସି ଔଷଧ ଦୋକାନୀ ନିୟମକୁ ଉଲ୍ଲଂଘନ କରି ବିନା ଡାକ୍ତରୀ ଚିଠାରେ ଆଣ୍ଟିବାୟୋଟିକ୍ ଦେଉଥିବା ଧରାପଡ଼ିବେ, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଯିବ। ନୋଟିସର ଜବାବ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ । ଦରକାର ପଡ଼ିଲେ ସେମାନଙ୍କ ଖୁଚୁରା ଔଷଧ ବିକ୍ରୟ ଲାଇସେନ୍ସ ବି ରଦ୍ଦ ହେବ। ଏପଟେ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ କହିଛି, ଏ ସମ୍ପର୍କରେ ଆମେ ସଚେତନ ଅଛୁ। ହେଲେ କୋଭିଡ୍ ସମୟରୁ ରାଜ୍ୟରେ ଆଣ୍ଟିବାୟୋଟିକ ବ୍ୟବହାର ବଢ଼ିଛି। କିନ୍ତୁ ବିନା ଡାକ୍ତରୀ ଚିଠାରେ ଆଣ୍ଟିବାୟୋଟିକ୍ ନ ଦେବାକୁ ଆମେ ସମସ୍ତଙ୍କ ଔଷଧ ଦୋକାନୀଙ୍କୁ ଅନୁରୋଧ କରୁଛୁ।  

Advertisment
Antibiotics Directorate Of Drugs Controller Odisha
Advertisment
Advertisment