Durga Puja Kolkata
ବାଉଁଶରେ ଘର, ମାଟିର ସୁରେଇ, ଘର ଚଟିଆଙ୍କ ବସା ସାଙ୍ଗକୁ ମହୁଫେଣା। ବୃକ୍ଷ, ଜଳ, ଅଗ୍ନି, ଆକାଶ ଓ ଧରିତ୍ରୀର ସୁରକ୍ଷା ନେଇ ପୂଜା ପେଣ୍ଡାଲରେ ଦିଆଯାଇଛି ମନୁଷ୍ୟ ଅସ୍ଥିତ୍ୱ ସନ୍ଦେଶ । ମଣିଷର ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହକୁ ସ୍ଥାନ ଦେଇ ଲୋକଙ୍କୁ ଭଲ ଓ ମନ୍ଦର ବାର୍ତ୍ତା ଦେଇଛି ପୂଜା କମିଟି। ଦେବୀ ଦୁର୍ଗାଙ୍କ ମୂର୍ତ୍ତି ପଛରେ କାହାଣୀ ବି ରହିଛି। ମୃଣ୍ମୟୀ ମୂର୍ତ୍ତିରେ ଦେବୀଙ୍କ ଆବାହନ ପାଇଁ ରହିଛନ୍ତି ବିଭିନ୍ନ ଦେବଦେବୀ । ଆଉ ଦଶଭୂଜା, ମହିଷାମର୍ଦ୍ଦିନୀ ହାତ ମେଲାଇ ସୁରକ୍ଷା ଦେଉଛନ୍ତି ସାରା ଜଗତକୁ । କୋଲକାତାର ହାଜାର ହାତ୍ କାଳୀତାଲା ପୂଜା କମିଟିର ଏ ପ୍ରୟାସ, ଯିଏ ଦେଖୁଛି, ତାଜୁବ ହୋଇଯାଉଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)