Advertisment

ଫଗୁଣର ରଙ୍ଗରେ ସବୁ ରଙ୍ଗୀନ

ଫଗୁଣର ରଙ୍ଗରେ ସବୁ ରଙ୍ଗୀନ, ସମସ୍ତେ ମତୁଆଲା। ଫଗୁ, ଅବିର, ରଙ୍ଗ ଖେଳରେ ମାତିଲେ ସମସ୍ତେ କେଉଁଠି ରେନ୍ ଡାନ୍ସ ତ କେଉଁଠି କାଦୁଅ ହୋଲି। ବିଭିନ୍ନ ସ୍ଥାନରେ ଦହି ହାଣ୍ଡି ଭଙ୍ଗା ହେଲା ।

author-image
Santosh Kumar Sahoo

ରଙ୍ଗ ସଂପର୍କର, ଭାଇଚାରାର, ଆନନ୍ଦର ଓ ଉତ୍ସାହର। ଦେହରେ ରଙ୍ଗ, ମନରେ ରଙ୍ଗ। ରାସ୍ତାଘାଟ ଚାରିଆଡ଼ ଜୁଆଡ଼େ ଚାହିଁବ ବହଳ ବହଳ ରଙ୍ଗର ଆସ୍ତରଣ । ପରସ୍ପରକୁ ଟିକେ ଅବିର ବୋଳି ଦେଇ କିମ୍ବା ପିଚକାରୀରୁ ରଙ୍ଗ ଟିକେ ଛାଟି ଦେଇ ସମସ୍ତେ ସମ୍ପର୍କରେ ବୋଳି ଦେଉଥିଲେ ପୁଳା ପୁଳା ପ୍ରେମର ରଙ୍ଗ। ରାଜଧାନୀ ଭୁବେନଶ୍ବରରେ କେଉଁଠି ଡିଜେର ତାଳେ ତାଳେ ରେନ୍ ଡ୍ୟାନ୍ସ ତ ପୁଣି କେଉଁଠି କାଦୁଅରେ ଲଟପଟ ହୋଇ ହୋଲି ପାଳନ ।

Advertisment
Holi Celebration
Advertisment
Advertisment