ଆସୁଛନ୍ତି କଳାକହ୍ନେଇ...ସେଇଥିପାଇଁ ଉତ୍ସବ, ସେଇଥି ପାଇଁ ଉତ୍ସାହ। ଗାଁରୁ ସହର, ବିଦ୍ୟାଳୟରୁ ମନ୍ଦିର.. ସବୁଠି ଖେଳିଯାଇଛି କୃଷ୍ଣ କୃଷ୍ଣ ଭାବ । ସବୁଠି ଭଜନ କୀର୍ତ୍ତନ ସାଙ୍ଗକୁ କୃଷ୍ଣ ରସରେ ଭିଜୁଛନ୍ତି ଶ୍ରଦ୍ଧାଳୁ। ରାଜଧାନୀ ଭୁବନେଶ୍ୱର ଇସ୍କନ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଜି ଦିନ ତମାମ ଏଠି ଦେଖିବାକୁ ମିଳଥିଲା ଭକ୍ତି ଓ ଆରାଧନାର ପରିବେଶ। କୃଷ୍ଣ ବଳରାମଙ୍କୁ ଦର୍ଶନ କରିବା ସହ ଉପବାସ କରିଛନ୍ତି ଭକ୍ତ। ମଧ୍ୟ ରାତ୍ରିରେ କୃଷ୍ଣ ଜନ୍ମନୀତି ସଂପନ୍ନ ହେବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ।
Published By: Satyendu Shekher Mishra
Last updated: 26 August 2024, 10:08 PM IST
ବର୍ତ୍ତମାନ ଚାଲିଛି ଏଆଇ ଆଉ ଡିଜିଟାଲ ଜମାନା । ଏହାକୁ ବ୍ୟବହାର କରି ବିକଳ୍ପ ସମାଧାନର ଉପାୟ ଆଣିଛନ୍ତି ଏହି ଯୁବକ । ଏହି ଯୁବକ ଆଣିଛନ୍ତି ଅଜବ ସେବା । ସେ ଏହାର ନାମ ଡିଜିଟାଲ୍ ଫଟୋ ସ୍ନାନ (ଫଟୋ ପାଇଁ ପବିତ୍ର ବୁଡ଼) ରଖିଛନ୍ତି ।