Balijatra
ଛାତି ଧଡ଼ଧଡ଼ ହେଉଥିବ । ମୁଣ୍ଡ ବୁଲାଇଲା ଭଳି ଲାଗୁଥିବ । ତଣ୍ଟି ଶୁଖି ଶୁଖି ଯାଉଥିବ । ଏସବୁ କୌଣସି ରୋଗର ଲକ୍ଷଣ ନୁହେଁ, ଇଏ ଦୋଳିପ୍ରେମୀଙ୍କ ଆକର୍ଷଣ । ଏଇ ଡର ମିଶା ମଉଜର ନିଆରା ଅନୁଭବ ପାଇବାକୁ ଦୂର ଦୂରାନ୍ତରୁ ବାଲିଯାତ୍ରାକୁ ଛୁଟି ଆସିଛନ୍ତି ହଜାର ହଜାର ଦୋଳି ପ୍ରେମୀ । ଦୋଳି ଯେତେ ଜୋରରେ ବୁଲୁଛି, ସେତେ ଜୋରରେ ଶୁଭୁଛି ସେମାନଙ୍କ ଚିତ୍କାର । ଭୟରେ ବି, ଖୁସିରେ ବି । ଏ ମଜା ଥରେ ଯିଏ ପାଇଛି, ସେ ଦୋଳି ପ୍ରେମରେ ପଡ଼ିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)