Advertisment

ସୋରୁମରେ ସୁନା ଗହଣାର ସମ୍ଭାର

କିଏ ନେକଲେସ୍, କାନଫୁଲ ଓ ରିଙ୍ଗ୍ କିଣୁଛି ତ କିଏ ପରମ୍ପରା ପାଳନ ପାଇଁ ସୁନା-ରୂପା କଏନଟିଏ ବି କିଣି ନେଉଛି । ପାଖରେ ଥିବା ଧନକୁ ଦେଖି ଧନତେରସରେ ଚାଲିଛି ସୁନା-ରୂପା କିଣା ।

author-image
Satyendu Shekher Mishra

ସୋରୁମରେ ସୁନା ଗହଣାର ସମ୍ଭାର । ଚାରିଆଡେ ଝଟକୁଛି ସୁନା, ରୂପା, ହୀରା ଓ ପ୍ଲାଟିନମ୍‌ର ଅଳଙ୍କାର । ନୂଆ ଡିଜାଇନ୍, ତା ଉପରେ ଆକର୍ଷଣୀୟ ଅଫର । ଦର ଉଚ୍ଚା ରହିଛି, ହେଲେ କମିନି ଚାହିଦା । କାରଣ ଆଜି ଧନତେରସ୍ । ସୁଖ ଓ ସମୃଦ୍ଧିର ପର୍ବ । ବିଶ୍ୱାସ ରହିଛି ଧନତେରସରେ ଘରକୁ ସୁନା, ରୁପା ଆଣିଲେ ଶୁଭ । ତେଣୁ ଦୋକାନରେ ଖଚାଖଚ ଭିଡ଼ । କିଏ ନେକଲେସ୍, କାନଫୁଲ ଓ ରିଙ୍ଗ୍ କିଣୁଛି ତ କିଏ ପରମ୍ପରା ପାଳନ ପାଇଁ ସୁନା-ରୂପା କଏନଟିଏ ବି କିଣି ନେଉଛି । ପାଖରେ ଥିବା ଧନକୁ ଦେଖି ଧନତେରସରେ ଚାଲିଛି ସୁନା-ରୂପା କିଣା ।

Advertisment
Advertisment
Advertisment