Kamakhya Express
ନିର୍ଦ୍ଧାରିତ ସମୟ ଅନୁସାରେ ଗଡ଼ୁଥିଲା କାମାକ୍ଷା ଏକ୍ସପ୍ରେସ୍ । ସବୁ କିଛି ଠିକ୍ଠାକ୍ ଥିଲା । ଲୋକ ପାଇଲଟ୍ ନିଜ ହିସାବରେ ଆଗକୁ ଆଗକୁ ଗଡ଼ାଇ ନେଉଥିଲେ କାମାକ୍ଷା ଏକ୍ସପ୍ରେସକୁ । ହେଲେ ଠିକ୍ ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ଟ୍ରାକ୍ରୁ ଖସିଗଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି । କେହି କିଛି ବୁଝିବା ଆଗରୁ ଏକ୍ସପ୍ରେସର ୧୧ଟି ଏସି ବଗି ଟ୍ରାକ୍ ତଳକୁ ଖସି ସାରିଥିଲା । କେଉଁ ବଗି ସାଇଡ୍କୁ ସାମାନ୍ୟ ଝୁଲି ପଡ଼ିଥିଲା ତ ପୁଣି କେଉଁ ବଗି ଟ୍ରାକ୍ କଡ଼ରେ ସେମିତି ଛିଡ଼ା ହୋଇଥିଲା । ଏଥିରେ କିଏ ସାମାନ୍ୟ ଆହତ ହୋଇଥିଲେ ତ ପୁଣି କିଏ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମାତ୍ର ଭଗବାନଙ୍କ ଭରସାରୁ ଅଳ୍ପକେ ବର୍ତ୍ତି ଯାଇଛି ଶହ ଶହ ଜୀବନ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)