Advertisment

ପୁଣି ବେଆଇନ୍ ବାଣ ତିଆରି ପାଇଁ ଅଘଟଣ, ରାସ୍ତାରେ ଶୁଖୁଥିବା ବାଣ ଉପରେ ମାଡ଼ିଯିବାରୁ ବିସ୍ଫୋରଣ

ସମୟ ପ୍ରାୟ ଦିନ ପ୍ରାୟ ୧୦ଟା। ଖଣ୍ଡିଆ ବନ୍ଧ ଗାଁରେ ଏଇ ମୁଖ୍ୟ ରାସ୍ତା ଦେଇ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଯୁବ ଡାକ୍ତର ସୁଜିତ କୁମାର ସାମଲ। କାରରେ ଯାଉଥିବା ବେଳେ ଠିକ୍ ଏଇ ସ୍ଥାନରେ ଘଟିଥିଲା ବିରାଟ ବିସ୍ଫୋରଣ।

author-image
Santosh Kumar Sahoo

ବେଆଇନ୍ ବାଣ ତିଆରିରୁ ପୁଣି ଏକ ବଡ଼ ବିସ୍ପୋରଣ। ଆଉ କାହାର ଦାୟିତ୍ୱହୀନତା ପାଇଁ ଜୀବନ ସଂଘର୍ଷ କରୁଛନ୍ତି ଯୁବ ଡାକ୍ତର। କେନ୍ଦ୍ରାପଡ଼ା ସଦର ଥାନା ଖଣ୍ଡିଆ ବନ୍ଧ ଗାଁରେ ପୁଣି ସାମ୍ନାକୁ ଆସିଛି ବେଆଇନ୍ ବାଣ ଭିଡ଼ାରୁ ଦାରୁଣ ଦୁର୍ଘଟଣାର ଆଉ ଏକ କାହାଣୀ। ସମୟ ପ୍ରାୟ ଦିନ ପ୍ରାୟ ୧୦ଟା। ଖଣ୍ଡିଆ ବନ୍ଧ ଗାଁରେ ଏଇ ମୁଖ୍ୟ ରାସ୍ତା ଦେଇ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଯୁବ ଡାକ୍ତର ସୁଜିତ କୁମାର ସାମଲ। କାରରେ ଯାଉଥିବା ବେଳେ ଠିକ୍ ଏଇ ସ୍ଥାନରେ ଘଟିଥିଲା ବିରାଟ ବିସ୍ଫୋରଣ। ଡାକ୍ତର ଜଣକ କିଛି ବୁଝିବା ପୂର୍ବରୁ ବିସ୍ଫୋରଣରେ ପ୍ରାୟ ୧୫ ଫୁଟ ଉଚ୍ଚକୁ ଉଡ଼ିଯାଇଥିଲା ତାଙ୍କ କାର। ଛିନଛତ୍ର ହୋଇଯାଇଥିଲା କାରର ସାମ୍ନା ଭାଗ। ପରେ ଗାଁ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କେନ୍ଦ୍ରାପଡ଼ା ନେବା ପରେ ସେଠାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। କୁହାଯାଉଛି, ରାସ୍ତାରେ ଶୁଖା ଯାଇଥିବା କିଛି ବାଣ ଉପରେ ଡାକ୍ତରଙ୍କ କାରର ଆଗ ଚକ ଚଢ଼ିଯିବାରୁ ଏହି ବିସ୍ଫୋରଣ ଘଟିଛି। ଆଉ ବିସ୍ଫୋରଣ ପରେ ପାଖରେ ଥିବା କିଛି ଘରର ଛାତ ଓ କାନ୍ଥ ବି ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।

Advertisment
Odisha News Kendrapara
Advertisment
Advertisment