ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରରେ ଭୁଶୁଡ଼ିଲା ବ୍ରିଟିଶ୍ ଅମଳର ପୋଲ । ବାହୁଦା ନଦୀ ଉପରେ ନିର୍ମାଣ ହୋଇଥିବା ପ୍ରାୟ ୯୦ ବର୍ଷର ପୁରୁଣା ଏହି ପୋଲ ଭୁଶୁଡ଼ି ଯାଇଛି । ଆଜି ସକାଳୁ ଏକ ଗ୍ରାନାଇଟ ବୋଝେଇ ଟ୍ରେଲର ଯିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାବେଳେ ଅନ୍ୟ କୌଣସି ଗାଡ଼ି ଯାତାୟାତ କରୁନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି ।
ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପେକ ବର୍ତ୍ତିଲା । ୩୦ ଫୁଟ ତଳକୁ ଗଳିପଡିଲା ଗ୍ରାନାଇଟ ପଥର ଧରି ଆସୁଥିବା ଏକ ବଡ଼ ଟ୍ରେଲର । ତାସହ କ୍ଷଣିକ ମଧ୍ୟରେ ଭୁଶୁଡିଗଲା ବ୍ରିଟିଶ୍ ଅମଳର 'ବାହୁଦା' ବ୍ରିଜ୍ ବା ରାମଚନ୍ଦ୍ର ମର୍ଦ୍ଧରାଜ ସେତୁ । ୯୦ ବର୍ଷରୁ ଅଧିକ ବର୍ଷ ପୁରୁଣା ଏହି ବ୍ରିଜ୍ ଏବେ ଭଗ୍ନସ୍ତୁପ ପାଲଟିଯାଇଛି । ଏହି ବ୍ରିଜ୍ ଗଞ୍ଜାମ ପାତ୍ରପୁରରୁ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମକୁ ସଂଯୋଗ କରୁଥିଲା । ଆଜି ସକାଳ ପ୍ରାୟ ୫ଟା ୧୫ରୁ ୫ଟା ୩୦ ମିନିଟରେ ଘଟିଛି ଏହି ଦୁର୍ଘଟଣା । ପାତ୍ରପୁର ପଟୁ ଆନ୍ଧ୍ର ପ୍ରଦେଶ ଆଡ଼କୁ ଏକ ଟ୍ରେଲର ଗ୍ରାନାଇଟ୍ ପଥର ବୋଝେଇ କରି ଆସୁଥିଲା । ଡ୍ରାଇଭର ବ୍ରିଜ ଉପରେ ଗାଡି ଚଢାଇବାର କିଛି କ୍ଷଣ ମଧ୍ୟରେ ଗାଡି ସହ ସିଧା ତଳକୁ ଖସିପଡିଥିଲେ । ଡ୍ରାଇଭର ଜଣକ ସାମାନ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
Published: Tanmay Kumar Mahalik
Last updated: 03 May 2023, 09:46 PM IST
କଟକ ଖାନନଗର ବ୍ରିଜ୍ ଅଘଟଣରେ ତିନି ତିନି ଜଣଙ୍କ ଜୀବନ ଯିବାପରେ ଏବେ ଚାଲିଛି ଦୁର୍ଘଟଣାର କାରଣ ଖୋଜା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଆଜି ଗ୍ରାଉଣ୍ଡ ଜିରୋରେ ଖୋଳତାଡ଼ କରିଛି ୩ ଜଣିଆ କମିଟି। ଏହାପରେ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଗଠିତ ଟିମ୍ ଅଘଟଣର କାରଣ ଖୋଜୁଛି। ତେବେ କେଉଁଠି ରହିଲା ତ୍ରୁଟି, ୨୪ ଘଣ୍ଟା ପରେ ବି ସ୍ପଷ୍ଟ ହୋଇନାହିଁ। ପୂର୍ତ୍ତମନ୍ତ୍ରୀ କହିଛନ୍ତି, ୧୫ ଦିନ ଭିତରେ ରାଜ୍ୟ ସରକାରଙ୍କୁ ଦିଆଯିବ ତଦନ୍ତ ରିପୋର୍ଟ।