Advertisment

ଆଇଏଏସଙ୍କ ମନକୁ ଛୁଇଁଲା ବହି ଦୋକାନୀଙ୍କ ଜୀବନ କାହାଣୀ, ସୋଶାଲ ମିଡିଆରେ କଲେ ଶେୟାର

ନୂଆଦିଲ୍ଲୀ: ମଣିଷ ଦୁଃଖ ମଣିଷ ହିଁ ବୁଝିପାରେ ?  ଏଠି  ଦିଲ୍ଲୀର ବାବା କା ଢାବା କଥା ମନେ ପକାଇଦେବୁ। ଜଣେ ମଣିଷର ସହାୟତାର ହାତ ବୃଦ୍ଧ ଦମ୍ପତ୍ତିଙ୍କର ଭାଗ୍ୟ ଖୋଲିଦେଲା।  ସୋସିଆଲ ମିଡିଆ ଯୋଗୁ ରାତାରାତି ବୃଦ୍ଧ ଦମ୍ପତିଙ୍କ ଅଭାବ ଦୂର ହୋଇଗଲା। ଏହା ପରେ ଲୋକମାନେ ସୋସିଆଲ ମିଡିଆରେ ଏପରି ଅଭାବୀ ଲୋକଙ୍କ ସାହାଯ୍ୟ ପାଇଁ ନିବେଦନ କରିବା ଆରମ୍ଭ କଲେ। ଏମିତି ଘଟଣାକୁ ନେଇ ଅନେକ ରୋଚକ କାହାଣୀ ଦେଖିବାକୁ ମିଳିଛି । […]

author-image
Minati Mishra
ଆଇଏଏସଙ୍କ ମନକୁ ଛୁଇଁଲା ବହି ଦୋକାନୀଙ୍କ ଜୀବନ କାହାଣୀ, ସୋଶାଲ ମିଡିଆରେ କଲେ ଶେୟାର

bookstore

ନୂଆଦିଲ୍ଲୀ: ମଣିଷ ଦୁଃଖ ମଣିଷ ହିଁ ବୁଝିପାରେ ?  ଏଠି  ଦିଲ୍ଲୀର ବାବା କା ଢାବା କଥା ମନେ ପକାଇଦେବୁ। ଜଣେ ମଣିଷର ସହାୟତାର ହାତ ବୃଦ୍ଧ ଦମ୍ପତ୍ତିଙ୍କର ଭାଗ୍ୟ ଖୋଲିଦେଲା।  ସୋସିଆଲ ମିଡିଆ ଯୋଗୁ ରାତାରାତି ବୃଦ୍ଧ ଦମ୍ପତିଙ୍କ ଅଭାବ ଦୂର ହୋଇଗଲା। ଏହା ପରେ ଲୋକମାନେ ସୋସିଆଲ ମିଡିଆରେ ଏପରି ଅଭାବୀ ଲୋକଙ୍କ ସାହାଯ୍ୟ ପାଇଁ ନିବେଦନ କରିବା ଆରମ୍ଭ କଲେ।

Advertisment

ଏମିତି ଘଟଣାକୁ ନେଇ ଅନେକ ରୋଚକ କାହାଣୀ ଦେଖିବାକୁ ମିଳିଛି । ଏପରି ଏକ ରୋଚକ କାହାଣୀ ହେଉଛି ମୁମ୍ବାଇର ରାକେଶଙ୍କର। ତାଙ୍କ କାହାଣୀ ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ମୁମ୍ବାଇରେ ରହୁଥିବା ରାକେଶଙ୍କ ବିଷୟରେ ସୂଚନା ଦେଇ ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ଲେଖିଛନ୍ତି, ରାକେଶ ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ଏହି ବହି ଦୋକାନଟି ଖୋଲିଛନ୍ତି। ଏହି ବହି ଦୋକାନରେ କେବଳ ପୁରୁଣା ବହି ମିଳିଥାଏ ।  ଲୋକମାନେ ମାତ୍ର ୧୦ ଟଙ୍କା ଦେଇ ତାଙ୍କ ଦୋକାନରୁ  ବହି ନିଅନ୍ତି ଏବଂ ପଢି ସାରିବା ପରେ ଫେରାଇ ଦିଅନ୍ତି।

Advertisment

ତେବେ ରାକେଶ କାହିଁକି ଏପରି ଏକ ଦୋକାନ ଖୋଲିଛନ୍ତି ତାହାର କାରଣ ଜାଣିଲେ ଆପଣ ଖୁସି ହୋଇଯିବେ। ରାକେଶ କହନ୍ତି, ଲୋକେ ଟଙ୍କା ରୋଜଗାର କରନ୍ତି, କାରଣ ତାଙ୍କର ଇଚ୍ଛା, ଶୌକ ପୂରଣ କରିବା ପାଇଁ। ତାଙ୍କର ଶୌକ ହେଲା ବିଭିନ୍ନ ପଢିବା। ତେଣୁ ପଢିବା ପାଇଁ ସେ ଏହି ବହି ଦୋକାନ ଖୋଲିଛନ୍ତି। ଏହା ଦ୍ୱାରା ସେ ନିଜର ଇଚ୍ଛା ପୂରଣ କରିପାରିଛନ୍ତି ବିନା ଅର୍ଥ ବ୍ୟୟରେ। ଏପରିକି ଏହା ଯୋଗୁ ତାଙ୍କର ରୋଜଗାର ମଧ୍ୟ କିଛି କିଛି ହୋଇପାରୁଛି।

ସୋଶାଲ ମିଡିଆରେ ଆଇଏଏସଙ୍କ ଏହି ଶେୟାରକୁ ନେଇ ବେଶ ପ୍ରତିକ୍ରିୟା ପ୍ରକାଶ ପାଇଛି।
Advertisment
Advertisment