/odishatv-khabar/media/post_attachments/uploadimage/library/16_9/16_9_0/darpana_1626170482.jpg)
darpana
ଏ ସପ୍ତାହର କବିତା....
ଅଂଧ ରାଇଜେ ଗଲି ଦର୍ପଣ ବିକି
ଅଭିଯୁକ୍ତ ଏଠି ବିଚାରପତି
ଦାସ-ଭକ୍ତଙ୍କ ସମାଗମ
ନିର୍ଲଜ୍ଜ ନିଷ୍ପତ୍ତିରେ ନାଚେ ଅଧମ
ସତ୍ୟକୁ ଜାଳିପୋଡ଼ି ମିଛ ରାଜୁତି
ଭକୁଆ ସମ ଜନ ରଡ଼ି ଛାଡ଼ୁଛି
ମୃତ୍ୟୁର ହାହାକାର ଏଠି ପଡ଼ୁଛି ଫିକା
ପଦ ପଦବୀ ଏଠି ଚାଲେ କିଣା ବିକା
କ୍ଷମତା ଅଳିନ୍ଦରେ ଫସିଛି ଗରିବ 'ଦୀନବନ୍ଧୁ'
ନିର୍ଯାତନା ଧକ୍କାରେ ତରିଲେ ଜୀବ ସିନ୍ଧୁ
Advertisment
ବିବେକ ବିଚାରହୀନ ବ୍ୟବସ୍ଥା ବେଦୀରେ
ନିଇତି ମରନ୍ତି ଏଠି ଗରିବ ଦୀନବନ୍ଧୁ ବେଶରେ
ଉଠରେ କଙ୍କାଳଜାତି ଧରି ମଶାଲ
ଅନୀତି ବ୍ୟବସ୍ଥାକୁ ନିର୍ମୂଳ କର
ଅନ୍ଧାର ପରଦାକୁ ଦିଅ ହଟେଇ
ରକ୍ତ ପ୍ଲାବନରେ ଦିଅ ପାପକୁ ଧୋଇ।
[caption id="attachment_262974" align="alignleft" width="153"]
କବି: ଡ. ଦିଲୀପ ପଣ୍ଡା, ଅବସରପ୍ରାପ୍ତ ଅର୍ଥନୀତି ଅଧ୍ୟାପକ[/caption]
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)