/odishatv-khabar/media/post_attachments/uploadimage/library/16_9/16_9_0/corona-test-7_1625299128.jpg)
corona test
ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ। ଅକ୍ଟୋବରରୁ ଲକ୍ଷ୍ନୌ ଓ ଗୋରଖପୁରରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ହେବ ବୋଲି ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି ।
ସେହିପରି ଅକ୍ଟୋବର ୧୬ରୁ ପଞ୍ଜାବର ୩ଟି ମେଡିକାଲ କଲେଜରେ ଟ୍ରାଏଲ ହେବା ନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ସେପଟେ ଆମେରିକା କଂପାନୀ ଜନସନ୍ସ ଆଣ୍ଡ ଜନସନ୍ସ ଦ୍ୱାରା ପ୍ରସ୍ତୁତ କରୋନା ଟିକାର ପରୀକ୍ଷଣ ଆରମ୍ଭ ହୋଇଛି ।
ପ୍ରାୟ ୬୦ ହଜାର ସ୍ୱେଚ୍ଛାସେବୀଙ୍କଠାରେ ଏହି ଟିକା ପରୀକ୍ଷଣ ବୁଧବାରଠାରୁ ଆରମ୍ଭ ହୋଇଥିବା କଂପାନୀ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଆସିବ ବୋଲି ଆଶା ରହିଛି। ଜନସନ ଦ୍ୱାରା ପ୍ରସ୍ତୁତ ଟିକାକୁ ଅତ୍ୟଧିକ ଥଣ୍ଡାରେ ରଖିବାକୁ ପଡ଼ିବ ନାହିଁ । ୨୦୨୧ରେ କଂପାନୀ ୧୦୦ କୋଟି ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)