Advertisment

ଥମୁନି କରୋନା : ଆଜି ବି ଚିହ୍ନଟ ହେଲେ ୨୯୭ ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୩୦୦ ପାଖାପାଖି ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୭ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥି ମଧ୍ୟରୁ ୧୭୪ କ୍ୱାରେଣ୍ଟିନରେ ଥିବାବେଳେ ୧୨୩ ଲୋକାଲ କେସ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ତାଲିକାରେ ସବୁଠାରୁ ଆଗରେ ରହିଛି କଳାହାଣ୍ଡି। ଆଜି ଏଠାରେ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ତା ପଛରେ […]

author-image
Minati Mishra
ଥମୁନି କରୋନା : ଆଜି ବି ଚିହ୍ନଟ ହେଲେ ୨୯୭ ରୋଗୀ

Corona-297

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୩୦୦ ପାଖାପାଖି ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୭ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥି ମଧ୍ୟରୁ ୧୭୪ କ୍ୱାରେଣ୍ଟିନରେ ଥିବାବେଳେ ୧୨୩ ଲୋକାଲ କେସ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆଜିର ତାଲିକାରେ ସବୁଠାରୁ ଆଗରେ ରହିଛି କଳାହାଣ୍ଡି। ଆଜି ଏଠାରେ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ତା ପଛରେ ରହିଛି ସୁନ୍ଦରଗଡ଼। ଏଠାରୁ ୩୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ବରଗଡରୁ ସର୍ବାଧିକ ୩୪ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଏହି ଜିଲ୍ଲାରୁ ସାମାନ୍ୟ ଆଶ୍ୱସ୍ତି ଖବର ଆସିଛି। ଆଜି ଏଠାରୁ ୧୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଅନୁଗୁଳରୁ ୯, ଝାରସୁଗୁଡା, କୋରାପୁଟ୍‌, ଯାଜପୁରରୁ ୫ ଜଣ  ଲେଖାଏ, ପୁରୀ,  ବାଲେଶ୍ୱରରୁ ୬,  ମୟୂରଭଞ୍ଜ, ଗଞ୍ଜାମରୁ ୭, ଜଗତ୍‌ସିଂହପୁର, କେନ୍ଦାପଡ଼ା, ନୟାଗଡ଼ରୁ ଭଦ୍ରକରୁ ୨ଜଣ ଲେଖାଏ, ବଲାଙ୍ଗିରରୁ ୫,  ସମ୍ବଲପୁର, କଟକରୁ ୧୭ଜଣ ଲେଖାଏ, ଢେଙ୍କାନାଳରୁ ଜଣେ, କେନ୍ଦୁଝରରୁ ୧୨, ଖୋର୍ଦ୍ଧାରୁ ୩୩, କୋରାପୁଟ୍‌ରୁ ୫, ନବରଙ୍ଗପୁରରୁ ୩, ନୂଆପଡାରୁ ୩୧, ସମ୍ବଲପୁରରୁ ୧୭ ଓ ସୋନପୁରରୁ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲ୍‌ରୁ ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩,୪୦,୯୧୭ ଛୁଇଁଥିବାବେଳେ ସୁସ୍ଥ ହୋଇଛନ୍ତି ୩,୩୬,୯୩୦। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ଅଛି ୨୦୧୩। ତେବେ ଆଜି କରୋନାରେ କାହାରି ମୃତ୍ୟୁ ଘଟିନାହିଁ।

Advertisment

ସୂଚନାଥାଉ କି, ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୨୧୮ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ  ୧୨୯ କ୍ୱାରେଣ୍ଟିନରେ ଥିଲେ। ୮୯ ଲୋକାଲ କେସ ଥିଲା।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଟିକାକରଣ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆ ଯାଉଛି। ଆସନ୍ତାକାଲିଠାରୁ ରାଜ୍ୟରେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

Corona Cases In Odisha
Advertisment
Advertisment