Advertisment

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସୁନ୍ଦରଗଡ ଜିଲ୍ଲାକୁ ନେଇ ଚିନ୍ତା ବଢିଛି। ନିୟମିତ ଭାବେ ଏହି ଜିଲ୍ଲାରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହଉଛନ୍ତି। ଗତକାଲି ଏହି ଜିଲ୍ଲାରୁ ସର୍ବାଧିକ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି  ଚିହ୍ନଟ ହୋଇଛନ୍ତି ୩୦ ଜଣ । କରୋନା ତାଲିକାରେ ଆଜି ମଧ୍ୟ ସୁନ୍ଦରଗଡ଼ ସର୍ବାଗ୍ରେ ରହିଛି। ସେହିପରି ରାଜ୍ୟରୁ ଆଜି ଜଣେ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର […]

author-image
Minati Mishra
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ

sars

ଭୁବନେଶ୍ୱର: ରାଜ୍ୟରେ ସୁନ୍ଦରଗଡ ଜିଲ୍ଲାକୁ ନେଇ ଚିନ୍ତା ବଢିଛି। ନିୟମିତ ଭାବେ ଏହି ଜିଲ୍ଲାରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହଉଛନ୍ତି। ଗତକାଲି ଏହି ଜିଲ୍ଲାରୁ ସର୍ବାଧିକ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି  ଚିହ୍ନଟ ହୋଇଛନ୍ତି ୩୦ ଜଣ । କରୋନା ତାଲିକାରେ ଆଜି ମଧ୍ୟ ସୁନ୍ଦରଗଡ଼ ସର୍ବାଗ୍ରେ ରହିଛି।

Advertisment

ସେହିପରି ରାଜ୍ୟରୁ ଆଜି ଜଣେ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୨୨ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୮୮ ଥିବା ଜଣାଯାଇଛି।  ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

Advertisment

୨୫ ଜିଲ୍ଲା ମଧ୍ୟରୁ ଅନୁଗୁଳ ଜିଲ୍ଲାରେ ୨୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରେ ୯, ବରଗଡରେ ୮, ଭଦ୍ରକରେ ୨, ବଲାଙ୍ଗୀରରେ ୭, କଟକରୁ ୧୪, ପୁରୀରୁ ୧୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ସୋନପୁର, ଦେବଗଡ଼ରୁ ଓ କେନ୍ଦୁଝରରୁ ଜଣେ ଲେଖାଏ , ଢେଙ୍କାନାଳରୁ ୨, ଗଜପତିରୁ ୫, ଗଞ୍ଜାମରୁ ୪, ଜଗତ୍‌ସିଂହପୁରରୁ ୪, ଯାଜପୁରରୁ ୯, ଝାରସୁଗୁଡାରୁ ୧୩, କଳାହାଣ୍ଡି ୪, କେନ୍ଦ୍ରାପଡାରୁ ୨,  ଖୋର୍ଦ୍ଧାରୁ ୧୩, ମାଲକାନଗିରିରୁ ଓ ମୟୂରଭଞ୍ଜରୁ ୮ ଜଣ ଲେଖାଏ, ନୂଆପଡ଼ାରୁ ୫, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥସହିତ ଷ୍ଟେଟ ପୁଲ ସଂଖ୍ୟା ୩ ଥିବା ଜଣାଯାଇଛି।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୨୫୪୧ ଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩୨୮୪୫୨। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ରହିଛି ୨୧୪୧।

ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି ଏବଂ ମୃତକ ଜଣକ ଭୁବନେଶ୍ୱରର। ୭୦ ବର୍ଷ ବୟସ୍କ ଏହି ମୃତକ ଜଣକ ପୂର୍ବରୁ ଡାଇବେଟିସ୍‌ ଏବଂ ହାଇପର ଟେନ୍‌ସନରେ ଆକ୍ରାନ୍ତ ଥିଲେ।  ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୯୫ରେ ପହଞ୍ଚିଛି।

Corona Cases In Odisha
Advertisment
Advertisment