/odishatv-khabar/media/post_attachments/uploadimage/library/16_9/16_9_0/black-dungus_1622702465.jpg)
black-dungus
ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍କୁ ନେଇ ବଢୁଛି ବିପଦ। କୋଭିଡ୍ରେ ଆକ୍ରାନ୍ତ ହୋଇଥିବା ବହୁ ବ୍ୟକ୍ତି ସେଥିରୁ ଆରୋଗ୍ୟ ଲାଭ ପରେ ବ୍ଳାକ୍ ଫଙ୍ଗସ୍ରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର। ଧୀରେ ଧୀରେ ବ୍ଳାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବି ବଢୁଛି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ଏଯାଏଁ ଚିହ୍ନଟ ହେଲେଣି ୪୧ ଜଣ ବ୍ଲାକ୍ ଫଙ୍ଗସ ରୋଗୀ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ଜୀବନ ଯାଇଛି। ଜଣେ ସୁସ୍ଥ ହୋଇଛନ୍ତି।
ତେବେ ଉଦ୍ବେଗର ବିଷୟ ହେଲା ବ୍ଲାକ୍ ଫଙ୍ଗସ୍ ରୋଗର ଚିକିତ୍ସା ଲାଗି ଆବଶ୍ୟକ ହେଉଥିବା ଆମ୍ଫୋଟେରିସିନ୍-ବି ଇଞ୍ଜେକ୍ସନ୍ର ଅଭାବ। ଜଣେ ରୋଗୀ ପାଇଁ ୫୦ ମିଲିଗ୍ରାମ ବିଶିଷ୍ଟ ଆମ୍ଫୋଟେରିସିନ୍-ବି ଇଞ୍ଜେକ୍ସନ୍ର ୨୧୦ ଭାଏଲ୍ ଆବଶ୍ୟକ ହୋଇଥାଏ। ଏହାକୁ ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ଦେବାକୁ ପଡ଼େ। ତେବେ ସୂଚନା ଅନୁସାରେ ରାଜ୍ୟରେ ଏବେ ମାତ୍ର ୧୨୮ ଭାଏଲ୍ ରହିଛି। ୫ ହଜାର ଭାଏଲ୍ ପାଇଁ କେନ୍ଦ୍ରକୁ ଅର୍ଡର କରାଯାଇଛି।
ସେପଟେ ଦେଶରେ ବ୍ଳାକଫଙ୍ଗସ୍ କେସ୍ ବଢ଼ୁଥିବା ଦେଖି ଏହାର ଚିକିତ୍ସାରେ ବ୍ୟବହୃତ ହେଉଥିବା ଆମ୍ଫୋଟେରିସିନ୍-ବି ଇଞ୍ଜେକ୍ସନ୍ର ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର। ତାସହିତ ବିଦେଶରୁ ଏହି ଇଞ୍ଜେକ୍ସନର ଆମଦାନୀ ପରିମାଣକୁ ବଢ଼ାଇଛନ୍ତି। ଏଣେ ବ୍ଲାକ୍ ଫଙ୍ଗସ ରୋଗୀ ସଂଖ୍ୟା ବଢୁଥିବାରୁ ଗତକାଲି କରୋନା ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ କୋଭିଡ୍ ଓ ନନ କୋଭିଡ୍ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ କରି ଅଲଗା ଅଲଗା ଓ୍ୱାର୍ଡରେ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସବୁ ଜିଲ୍ଲା ହସ୍ପିଟାଲ୍ରେ କୋଭିଡ୍ ଓ ନନ୍କୋଭିଡ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଓ୍ୱାର୍ଡ ଏବଂ କୋଭିଡ୍ ହସ୍ପିଟାଲରେ କୋଭିଡ୍ ଓ ନନ କୋଭିଡ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଓ୍ୱାର୍ଡ କରାଯିବାର ବ୍ୟବସ୍ଥା ହେଉଛି।
ସେପଟେ ରାଜ୍ୟରେ କୋଭିଡ୍ ପଜିଟିଭ୍ ସଂଖ୍ୟା କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୪୦ ଜଣଙ୍କ ଜୀବନ ନେଇଛି। ମହାମାରୀ ମେ ୨୪ ପରଠାରୁ ଲଗାତାର ୩୦ ଉପରେ ରହୁଛି ଦୈନିକ ମୃତ୍ୟୁ ସଂଖ୍ୟା ଜୁନ ୧ରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସଂଖ୍ୟା ୪୦ ଛୁଇଁଛି। ଦ୍ୱିତୀୟ ଲହର ଆସିବାଠାରୁ ଏପ୍ରିଲ୍ରେ ମୋଟ୍ ୧୨୨ ଜଣ, ମେରେ ୭୧୧ ଏବଂ ଜୁନ୍ର ଏହି ପ୍ରଥମ ଦୁଇ ଦିନରେ ୭୭ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ। ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଜାତୀୟ ସ୍ତରର ମୃତ୍ୟୁହାରଠାରୁ ଓ଼ଡ଼ିଶାରେ ମୃତ୍ୟୁହାର କମ୍ ରହିଛି। ହେଲେ ମେ ମାସରେ ଅଧିକ ଗୁରୁତର ରୋଗୀ ଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି।
" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>
ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ସଂକ୍ରମଣ କମୁଥିବା ବେଳେ ୬ ଜିଲ୍ଲା ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ମୟୁରଭଞ୍ଜରେ ବଢ଼ୁଛି। ସଂକ୍ରମଣ ତେଣୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ସେପଟେ ଜୁନ୍ ୧୫ ବେଳକୁ ସଂକ୍ରମଣ ହାର ଆଖିଦୃଶିଆ ଭାବେ କମିବ ବୋଲି ଆଶା କରଯାଉଛି।
ରିରୋର୍ଟ:- ହରିହର ଚାନ୍ଦ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)