/odishatv-khabar/media/post_attachments/uploadimage/library/16_9/16_9_0/covid_1625148452.jpg)
covid
ମୁମ୍ବାଇ: ଉଦିତ ନାରାୟଣଙ୍କ ପୁଅ ତଥା ଇଣ୍ଡିଆନ୍ ଆଇଡଲ୍ ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ଘରେ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଆଦିତ୍ୟ। ନିକଟରେ ଦୁହିଁଙ୍କର ନିର୍ବନ୍ଧ ହୋଇଛି। ଯାହାର ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଫଟୋରେ ଆଦିତ୍ୟ ଧୂସର ସାର୍ଟ ଏବଂ ଡେନିମ୍ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ଶ୍ୱେତା ଗୋଲାପୀ ରଙ୍ଗର ସାଲୱାର ସୁଟରେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି। ଆଦିତ୍ୟଙ୍କ ପାଖରେ ପୁରା ପରିବାର ଉପସ୍ଥିତ ରହିବାର ଦେଖିବାକୁ ମିଳିଛି।
କିଛି ଦିନ ପୂର୍ବରୁ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କ ସହ ସମ୍ପର୍କକୁ ସର୍ବସମ୍ମୁଖକୁ ଆଣିଲେ ଆଦିତ୍ୟ।
ଆଦିତ୍ୟଙ୍କ କହିବା ଅନୁଯାୟୀ, ୨୦୧୦ରେ ‘ଶାପିତ୍’ ଫିଲ୍ମ ସେଟ୍ରେ ଶ୍ୱେତାଙ୍କ ସହ ତାଙ୍କର ଦେଖାହୋଇଥିଲା। ସେଟ୍ରେ ସେମାନେ ପରସ୍ପର ସହ ମିଳାମିଶା କରୁଥିଲେ। ଧୀରେ ଧୀରେ ଦୁହେଁ ପରସ୍ପରକୁ ପସନ୍ଦ କରିବାରେ ଲାଗିଲେ।
ଆଦିତ୍ୟ କହିଛନ୍ତି, ‘ଆରମ୍ଭରେ ଶ୍ୱେତା ଏବଂ ସେ କେବଳ ଭଲ ବନ୍ଧୁ ହେବାକୁ ଚାହୁଁଥିଲେ। କାରଣ ଦୁହେଁ ସେ ସମୟରେ ନିଜ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଥିଲୁ। ସେତେବେଳେ ଭଭୟଙ୍କର ବୟସ ମଧ୍ୟ କମ୍ ଥିଲା। ତେଣୁ ଦୁହେଁ ରିଲେସନ୍ସିପ୍ରେ ଆସିବାକୁ ଚାହୁଁନଥିଲୁ। କିନ୍ତୁ ଧୀରେ ଧୀରେ ତାଙ୍କ ବନ୍ଧୁତା ପ୍ରେମର ରୂପ ନେଲା।
ଅଧିକ ଖବର ପାଇଁ ଆମ ସହିତ ଯୋଡ଼ି ହୁଅନ୍ତୁ
ଆଦିତ୍ୟ କହିଛନ୍ତି, ବର୍ତ୍ତମାନ ବିବାହ କରିବାର ସମୟ ଆସିଯାଇଛି। ନଭେମ୍ବର କିମ୍ବା ଡିସେମ୍ବରରେ ଆମେ ବିବାହ କରିବୁ। ମୋର ପିତାମାତା ଶ୍ୱେତାଙ୍କୁ ବହୁତ ଭଲ ପାଆନ୍ତି।
କିଛି ଦିନ ପୂର୍ବରୁ, ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍’ର ସେଟ୍ରେ ଆଦିତ୍ୟ ଏବଂ ଶୋ’ର ଗାୟିକା ନେହା କକ୍କରଙ୍କ ମଧ୍ୟରେ ସମ୍ପର୍କ ଏବଂ ବିବାହ ବିଷୟରେ ବାରମ୍ବାର ଖବର ଆସିଥିଲା। ଆଦିତ୍ୟ କହିଛନ୍ତି ଯେ ନେହାଙ୍କ ସହ ତାଙ୍କର ସମ୍ପର୍କ କେବଳ ଗୁଜବ ଥିଲା। ଶୋର ନେହାଙ୍କ ସହ ଯାହା ସବୁ ମଜାମସ୍ତି ହେଉଥିଲା ସେସବୁ କେବଳ ଲୋକଙ୍କୁ ହସାଇବା ପାଇଁ ହେଉଥିଲା। କିନ୍ତୁ, ଲୋକମାନେ ତାକୁ ନେଇ ଟିକେ ଅଧିକ ଭାବିଦେଲେ। ଏଥିରେ କୌଣସି ସତ୍ୟତା ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)