Advertisment

‘ଓଡ଼ିଶାରୁ ୩୩ ପ୍ରତିଶତ ମହିଳା ସଂସଦକୁ ଯିବେ’

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଓଡ଼ିଶାରୁ ୩୩ ପ୍ରତିଶତ ମହିଳା ସଂସଦକୁ ଯିବେ।  ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ନିର୍ବାଚନରେ ଟିକଟ୍‌ ଦେବ। ଏହା ସାରା ଭାରତରେ ଇତିହାସ ସୃଷ୍ଟି କରିବ। ଆଜି କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମହିଳା ସମାବେଶରେ ଏହି ଘୋଷଣା କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ଦେଇଥିବା ସଂରକ୍ଷଣର ମଧ୍ୟ ମୁଖ୍ୟମନ୍ତ୍ରୀ ଉଦାହରଣ ଦେଇଥିଲେ। ମହିଳାଙ୍କୁ ଲୋକସଭା ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ […]

author-image
Jyotsnamayee Pradhan
‘ଓଡ଼ିଶାରୁ ୩୩ ପ୍ରତିଶତ ମହିଳା ସଂସଦକୁ ଯିବେ’

cmo

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଓଡ଼ିଶାରୁ ୩୩ ପ୍ରତିଶତ ମହିଳା ସଂସଦକୁ ଯିବେ।  ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ନିର୍ବାଚନରେ ଟିକଟ୍‌ ଦେବ। ଏହା ସାରା ଭାରତରେ ଇତିହାସ ସୃଷ୍ଟି କରିବ। ଆଜି କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମହିଳା ସମାବେଶରେ ଏହି ଘୋଷଣା କରିଛନ୍ତି।

Advertisment

ଏହି ଅବସରରେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ଦେଇଥିବା ସଂରକ୍ଷଣର ମଧ୍ୟ ମୁଖ୍ୟମନ୍ତ୍ରୀ ଉଦାହରଣ ଦେଇଥିଲେ। ମହିଳାଙ୍କୁ ଲୋକସଭା ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ମିଳିବା ନେଇ ଗତବର୍ଷ ରାଜ୍ୟ ସରକାର ବିଧାନସଭାରେ ଏକ ସଂକଳ୍ପ ପାରିତ କରିଥିଲେ। ଏହି ପ୍ରସଙ୍ଗରେ ସମସ୍ତ ଜାତୀୟ ଦଳ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରସ୍ତାବ ପଠାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment
Advertisment