Advertisment

ଉଡାଣ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ : ବିମାନ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ। ବିମାନ ସେବା ବାତିଲ ପଛରେ ଯଦି ବିମାନ କମ୍ପାନୀର ତ୍ରୁଟି ଥାଏ, ତେବେ ଯାତ୍ରୀଙ୍କୁ କ୍ଷତିପୂରଣ କିମ୍ବା ଟିକେଟର ମୂଲ୍ୟ ଫେରସ୍ତ କରାଯିବ। ସେହିଭଳି ବିମାନ ବିଳମ୍ବ ହେଲେ ମଧ୍ୟ ଏ ବାବଦରେ ଯାତ୍ରୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି। If a flight is cancelled & it is the airlines’ fault, […]

author-image
Otv Khabar Bureau
ଉଡାଣ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ

flight

ନୂଆଦିଲ୍ଲୀ : ବିମାନ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ। ବିମାନ ସେବା ବାତିଲ ପଛରେ ଯଦି ବିମାନ କମ୍ପାନୀର ତ୍ରୁଟି ଥାଏ, ତେବେ ଯାତ୍ରୀଙ୍କୁ କ୍ଷତିପୂରଣ କିମ୍ବା ଟିକେଟର ମୂଲ୍ୟ ଫେରସ୍ତ କରାଯିବ। ସେହିଭଳି ବିମାନ ବିଳମ୍ବ ହେଲେ ମଧ୍ୟ ଏ ବାବଦରେ ଯାତ୍ରୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି।

Advertisment

ସୂଚନା ମୁତାବକ ଯଦି ବିମାନ ବୁକିଂର ୨୪ ଘଣ୍ଟା ଭିତରେ ଯାତ୍ରୀ ଟିକେଟ ବାତିଲ୍ କରି ଦିଅନ୍ତି, ତେବେ ଯାତ୍ରୀଙ୍କୁ ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ସେହିପରି ଯଦି ଏହି ସମୟସୀମା ଭିତରେ ଟିକେଟରେ ଅନ୍ୟ କୌଣସି ପ୍ରକାର ପରିବର୍ତ୍ତନ କରାଯାଏ ତାହା ବି ମାଗଣାରେ କରାଯିବ। ଏଥିସହିତ ଯାତ୍ରୀ ଯାତ୍ରା ସମୟର ୯୬ଘଣ୍ଟା ପୂର୍ବରୁ ଟିକେଟ ବାତିଲ କଲେ ବି କୌଣସି ଚାର୍ଜ ପଡ଼ିବ ନାହିଁ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ଆଜି ଏହି ସୂଚନା ଦେଇଛନ୍ତି।

Advertisment
No Charges Minister Of State For Civil Aviation Jayant Sinha Flight Ticket Cancelled
Advertisment
Advertisment