/odishatv-khabar/media/post_attachments/uploadimage/library/16_9/16_9_0/Rain_1749781850.jpg)
Rain
ରାଜ୍ୟକୁ ଫେରିଛି ମୌସୁମୀ ଜନିତ ବର୍ଷା।ଫଳରେ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗିରହିଛି। ଆଜିଠୁ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମୀ ଜନିତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Advertisment
ଅଧିକ ପଢ଼ନ୍ତୁ: କମିଛି ବର୍ଷା-କମିନି ଦୁର୍ଦ୍ଦଶା, ସୁଧୁରିବାକୁ ଲାଗିବ ୧୦ ଦିନ..!
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବିଳମ୍ବରେ ହେଉ ପଛେ ରାଜ୍ୟକୁ ଫେରିଛି ମୌସୁମୀ ଜନିତ ବର୍ଷା। ଫଳରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି, ଗରମ ଗୁଳୁଗୁଳିରୁ ଜନ ସାଧାରଣଙ୍କୁ ମୁକ୍ତି ମିଳିଛି।
ତେବେ ଆସନ୍ତା ଦୁଇ ଦିନ ପାଇଁ ବିଭିନ୍ନ ଜିଲ୍ଲା ମାନଙ୍କରେ ବର୍ଷା ସହ ବଜ୍ରପାତ ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ସେହି ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ପାଇଁ ଆଲର୍ଟ ଜାରି କରାଯାଇଛି ।
Advertisment
ଅନ୍ୟପକ୍ଷରେ ପ୍ରବଳ ଗୁଳୁଗୁଳି ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ଜନସାଧାରଣ। ସକାଳ ୮ଟା ପରେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଥିଲା। ମୌସୁମୀ ଜନିତ ବର୍ଷା ହେବା ଯୋଗୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି।
ଅଧିକ ପଢ଼ନ୍ତୁ: ପୁଣି କାଲିଠୁ ବର୍ଷା ! ହୋଇପାରେ ସ୍ୱଳ୍ପରୁ ମଧ୍ୟମ ଧରଣର
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)