ଚାରି ଚାରି ଥର ଡେଡ୍ ଲାଇନ୍ ଘୁଞ୍ଚିବା ପରେ ଭେଇକିଲ୍ ଲୋକେସନ ଟ୍ରାକିଂ ଡିଭାଇସ୍- ଭିଏଲଟିଡି ଓ ପାନିକ ବଟନ୍ ଲଗାଇବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ନୂଆ ଗାଡ଼ି ପାଇଁ ଅକ୍ଟୋବର ପହିଲାରୁ ଆରମ୍ଭ ହେବ ।
ପରିବହନ ବିଭାଗ କହିବା ଅନୁସାରେ ଏହି ବ୍ୟବସ୍ଥାରେ ଏକ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିବ । ପୋଲିସ ବିଭାଗ ଦ୍ୱାରା ପରିଚାଳିତ ଏମର୍ଜେନସି, ରେସ୍କ୍ୟୁ, ସପୋର୍ଟ ସିଷ୍ଟମ ସହିତ ଏହାକୁ ସଂଯୋଗ କରାଯିବ । କୌଣସି ସମସ୍ୟା ହେଲେ ସେହି ପ୍ୟାନିକ ବଟନ୍ ଚିପିଲେ, ଲୋକେସନ ଟ୍ରାକ୍ କରାଯାଇ ଗାଡ଼ି ପାଖରେ ପହଞ୍ଚି ହେବ । ଭିତ୍ତିଭୂମି ପ୍ରସ୍ତୁତ ହେଲାଣି ।
ଗାଡି ଚାଳକଙ୍କ ପାଇଁ ବଡ଼ ଖବର। ଏଣିକି ପାନିକ୍ ବଟନ୍ କି ଟ୍ରାକିଂ ଡିଭାଇସ୍ ନଥିଲେ ପାନିକ୍ ବଟନ୍ କି ଟ୍ରାକିଂ ଡିଭାଇସ୍ ନଥିଲେ ଦେବେ ମୋଟା ଅଙ୍କର ଜୋରିମାନା…ଜାଣନ୍ତୁ ନୂଆ ନିୟମ କେବେଠୁ ହେଉଛି ଲାଗୁ?