ସାଧାରଣତଃ ମଣିଷ ଯେଉଁ ସ୍ଥାନରେ ରାତ୍ରିଯାପନ କରେ ସେହିସ୍ଥାନର ବାସ୍ତୁର ପ୍ରଭାବ ପଡ଼ିଥାଏ। ଏଣୁ ଗୃହ ଭିତରେ ଶୋଇବା ଘରର ଏକ ମୁଖ୍ୟ ଭୂମିକା ରହିଛି। ଆଗରୁ ତ ଆମେ ଶୋଇବା ଗୃହ ବିଷୟରେ ଜାଣିଛେ ଆଜି ଆମେ ଏହାର କିଛି ମୁଖ୍ୟ ଦିଗ ଉପରେ ଜାଣିବା।
ନିଜ ଗୃହର ବାହାରେ ଜଳର ସ୍ଥିତି, ବିଭିନ୍ନ ନିର୍ମାଣାଧିନ ଗୃହର ସ୍ଥିତି, ଗୃହ ବାହାରେ ମନ୍ଦିର, ଗିର୍ଜା, ସସ୍ଜିଦ୍, ମଶାଣି ଆଦିର ସ୍ମୃତିକୁ ମଧ୍ୟ ବିଚାର କରାଯାଇଥାଏ। ଯଦି ପାରିପାର୍ଶ୍ୱିକ ସ୍ଥିତିକୁ ବିଚାର ନ କରି ଗୃହ ନିର୍ମାଣ କରାଯାଏ ତେବେ ଏହାର ଖରାପ ପ୍ରଭାବ ଗୃହବାସୀଙ୍କୁ ଭୋଗିବାକୁ ପଡ଼ିଥାଏ।
ପ୍ରତ୍ୟେକ ସ୍ଥାନ ଯାହା ଆବଧ କରାଯାଏ ତାହା ଗୋଟେ ଗୋଟେ ଏନର୍ଜି ଫିଲ୍ଡ୍ ତିଆରି କରେ ଯାହା ପଞ୍ଚମହାଭୁତ ଅର୍ଥାତ୍ ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶ ଦ୍ୱାରା ପରିଚାଳିତ। ଏଣୁ ଗୃହକର୍ତ୍ତା ସ୍ୱୟଂ ନିଜେ ରୁହନ୍ତୁ କି ସେହି ଗୃହରେ କାହାକୁ ଭଡାରେ ରଖନ୍ତୁ, ବାସ୍ତୁର ପ୍ରଭାବ ଗୃହବାସୀଙ୍କ ଉପରେ ପଡିଥାଏ।
ବାସଗୃହ ହିଁ ପ୍ରତ୍ୟେକ ମଣିଷର ଆଶରା। ପ୍ରତ୍ୟେକ ମଣିଷ ସହିତ ପ୍ରତ୍ୟେକ ବାସସ୍ଥାନର ଏକ ସମ୍ପର୍କ ରହିଥାଏ। ଏହି ସମ୍ପର୍କ ଶୁଭଫଳ ଦେବ କି ଅଶୁଭ ଫଳ ଦେବ ତାହା ନିର୍ଭର କରେ ଉଭୟ ବାସସ୍ଥାନ ଓ ମଣିଷର ସମ୍ପର୍କକୁ ନେଇକି। ତେବେ ଆଜି ଆମେ ଜାଣିବା କେଉଁ ବାରରେ ଗୃହ ନିର୍ମାଣ କଲେ ଶୁଭ ଫଳ ମିଳେ।
ବାସ୍ତୁ ନିୟମ ଅନୁସାରେ ନିର୍ମାଣ ହୋଇଥିବା ଭବନ ସବୁବେଳେ ଆଧାର କଲ୍ୟାଣକାରୀ ହୋଇଥାଏ। କିନ୍ତୁ ଏହାର ନିୟମ ଯଦି ଅବହେଳିତ ହୋଇଥାଏ ତେବେ ଏଠାରେ ରହୁଥିବା ବ୍ୟକ୍ତିଙ୍କ ପକ୍ଷରେ ବିନାଶକାରୀ ହୋଇଥାଏ। ବାସ୍ତୁ ନିୟମରେ ନିର୍ମାଣ ଗୃହରେ ଉଭୟ ମାନସିକ ଓ ଶାରୀରିକ ସୁଖ ମିଳିଥାଏ।
ବାସ୍ତୁବିଦ୍ୟା ଆମର ପ୍ରାଚୀନ ଶାସ୍ତ୍ର ବିଦ୍ୟାମଧ୍ୟରୁ ଏକ ପ୍ରମୁଖ ବିଦ୍ୟା ଏହାର ମହାନତା ଉପରେ କାହାର ସଂନ୍ଧେହ ବି ନାହିଁ। ବାସ୍ତୁଶାସ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶ ଅନୁକୂଳ ଗୃହଟେ ନିର୍ମାଣ କରିବା ଏବଂ ସେଥିରେ ବସବାସ କରିବା। ଯଦି ଏହି ଗୃହର ପରିବେଶ ବାସ୍ତୁ ଅନୁକୂଳ ହୋଇଥାଏ।
ଯଦି ଭୂମିର ପୂର୍ବ କିମ୍ବା ଉତ୍ତର ଦିଗ ଉଚ୍ଚଥାଏ ଏବଂ ଅନ୍ୟ ଦିଗ ନିଚ୍ଚା ହୋଇଥାଏ ତେବେ ଗୃହକର୍ତ୍ତାଙ୍କର ଅହିତ ହୋଇଥାଏ। ସବୁବେଳେ ଭୂମି କ୍ରୟ କଲାବେଳେ ଦେଖିବେ ଭୂମି ପାର୍ଶ୍ୱରେ ଯେପରି ମଶାଣି ନ ଥିବ। କାରଣ ମଶାଣି ଥିଲେ ଏହି ସ୍ଥାନର ନେଗେଟିଭ୍ ଏନର୍ଜି ବହୁତ ମାତ୍ରାରେ ଗୃହବାସୀଙ୍କ ଉପରେ ପଡିଥାଏ।
ପ୍ରତ୍ୟେକଟି ପକ୍ଷରେ ପନ୍ଦରଟି ତିଥି ହୋଇଥାଏ। ଏହି ପ୍ରତ୍ୟେକର ବିଶେଷତା ରହିଛି। ବାସ୍ତୁଶାସ୍ତ୍ରରେ ଗୃହ ନିର୍ମାଣ ଆରମ୍ଭ ପାଇଁ ଶୁଭ ଓ ଅଶୁଭ ତିଥିର ନିର୍ଦ୍ଧାରଣ କରାଯାଇଛି। ସେଗୁଡ଼ିକ ନିମ୍ନରେ ଆପଣଙ୍କର ଅବଗତ ନିମନ୍ତେ ଦିଆଯାଉଛି। ଏହା ଜାଣି ରଖନ୍ତୁ।
ଗୃହ ନିର୍ମାଣ ପରେ ଯଦି ବାସ୍ତୁଦୋଷ ଅଛି ବୋଲି ଜାଣିବାକୁ ମିଳେ ତେବେ ଭଙ୍ଗାରୁଜା ନ କରି ବାସ୍ତୁ ସଂଶୋଧନର ନିୟମକୁ ମାନିଲେ ବା ପ୍ରୟୋଗ କଲେ ମଧ୍ୟ ବାସ୍ତୁକୁ ଦୋଷମୁକ୍ତ କରିହେବ। ଆସନ୍ତୁ ଜାଣିବା କେତେକ ବାସ୍ତୁ ସଂଶୋଧନ ନିୟମ ଯାହା ଆପଣମାନେ ନିଜେ ପ୍ରୟୋଗ କରି ଲାଭ ପାଇପାରିବେ।
ସବୁ ବିଦ୍ୟାର ଏକ ପ୍ରାରମ୍ଭିକ ପ୍ରୟୋଗ ଥାଏ ଆଉ ଏକ ଉଚ୍ଚ ସ୍ତରର ପ୍ରୟୋଗ ବା ସୂକ୍ଷ୍ମ ସ୍ତରର ପ୍ରୟୋଗ ଥାଏ। ଏଣୁ ସମ୍ପୂର୍ଣ୍ଣ ବାସ୍ତୁକୁ ନ ଜାଣି ଗୃହ ନିର୍ମାଣ କରିବା ଆଦୌ ଉଚିତ ନୁହେଁ। କାରଣ ଏହା ଦ୍ୱାରା ଏହି ବାସ୍ତୁ ବିଦ୍ୟାର ପୂର୍ଣ୍ଣ ଶୁଭ ଫଳ ପାଇ ହେବ ନାହିଁ ଏବଂ ଏହା ପ୍ରତି ବିଶ୍ୱାସ ମଧ୍ୟ ରହିବ ନାହିଁ।
ଆଜି ଆମେ ବାସ୍ତୁରେ କେତେକ ବିଶେଷ ନିୟମ ଉପରେ ଜାଣିବା ଯାହା କି ସବୁବେଳେ ଏବଂ ସବୁ ବାସ୍ତୁ ପାଇଁ ପ୍ରଯୁଜ୍ୟ। ଏହି ନିୟମଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ଏହି ନିୟମଗୁଡିକ ଯଦି ନଜରରେ ରଖି ନିର୍ମାଣ କରାଯାଇଥାଏ ତେବେ ବାସ୍ତୁରେ ଅନେକ ଶୁଭଫଳ ମିଳିଥାଏ।
ଜାଗା ଛାଡିବାର କେତେଗୁଡିଏ ନିୟମ ବାସ୍ତୁ ଶାସ୍ତ୍ରରେ ଲେଖାଯାଇଛି । ଯେମିତି ପୂର୍ବ ଏବଂ ଉତ୍ତର ପଟେ ପଶ୍ଚିମ ଏବଂ ଦକ୍ଷିଣ ପଟ ଅପେକ୍ଷା ଅଧିକା ଜାଗା ଖୋଲା ରହିବା ନିହାତି ଆବଶ୍ୟକ ।
ପୂର୍ବ ଦିଗରେ ବାସ୍ତୁଦୋଷ ଥିଲେ ସେହି ଗୃହରେ ସୂର୍ଯ୍ୟଙ୍କର ଶୁଭଫଳ ମିଳି ନ ଥାଏ। ଏଣୁ ସେହିପରି ଗୃହରେ ବ୍ୟବସାୟୀ ଲୋକମାନେ ଉନ୍ନତି କରିପାରନ୍ତି ନାହିଁ ଫଳରେ ଅର୍ଥାଭାବ ଲାଗି ରହିଥାଏ।
ଗୃହ ନିର୍ମାଣ ପୂର୍ବରୁ ସତର୍କତା ଅବଲମ୍ବନ କରିବା ଦରକାର। ତେଣୁ ଗୃହ ନିର୍ମାଣ କଲାବେଳେ କେଉଁ ଦିଗରେ କ’ଣ ନିର୍ମାଣ କରିବା ଦରକାର ତାହା ସ୍ଥିରିକୃତ କରିସାରିଲା ପରେ ହିଁ ଗୃହ ନିର୍ମାଣ ଆରମ୍ଭ କରିବା ସବୁଠାରୁ ଭଲ। ଅନ୍ୟଥା ପରେ ଭଙ୍ଗାରୁଜା କରିବାକୁ ପଡିପାରେ।
କୌଣସି ଦିଗରେ ନିର୍ମାଣରେ ଭୁଲ୍ ଥିଲେ ସେହି ଦିଗରେ ଯେଉଁ ତତ୍ତ୍ୱ ହୋଇଥାଏ ସେହି ତତ୍ତ୍ୱର ଅସନ୍ତୁଳନ ଯୋଗୁଁ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ। ବାସ୍ତୁର ଉଲ୍ଲଙ୍ଘନ ଗୃହବାସୀଙ୍କୁ ଖରାପ ଭାବରେ ପ୍ରଭାବିତ କରିଥାଏ। ଆସନ୍ତୁ ଜାଣିବା ଘରେ କେଉଁ ଦୋଷ ଯୋଗୁଁ ଆସିଥାଏ ଅକାଳ ବିୟୋଗ।
ଗୃହ ନିର୍ମାଣର ତୃଟି ଯୋଗୁଁ ଅନେକ ସମସ୍ୟା ଭୋଗିବାକୁ ପଡେ। ଏହି କାରଣର ଘରେ ଅଶାନ୍ତି ମଧ୍ୟ ଦେଖାଯାଏ। ତେବେ ଅନେକ ସମୟରେ ଗୃହବାସୀଙ୍କ ଆଚାର ବିଚାରରେ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା ମଧ୍ୟ ସମାଧାନ ହୋଇପାରେ। ଆସନ୍ତୁ ଜାଣିବା…
ଘରର ଅଗ୍ନିକୋଣରେ ଦୋଷ ଥିଲେ ଧନ ଅଭାବ ହୋଇ ନିର୍ମାଣ କାର୍ଯ୍ୟରେ ଅନେକ ବାଧା ଆସିଥାଏ। ଏହି ବାସ୍ତୁଦୋଷ ବିଶେଷ ସ୍ତ୍ରୀଲୋକମାନଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ଘରେ ରହୁଥିବା ମହିଳାମାନଙ୍କ ମଧ୍ୟରେ ଅଯଥା ଝଗଡ଼ା ମଧ୍ୟ ହୋଇଥାଏ।
କିଛି ଲୋକ ଧନ ରଖିକି ବି ଭଲ ଜାଗାଟିଏ ମିଳୁନି ଆଉ ଯଦି ଜାଗାଟିଏ କିଣାଯାଇଛି ପରେ ଗୃହ ନିର୍ମାଣ କଲାବେଳେ ସେଥିରେ ବହୁତଗୁଡ଼ିଏ ବାଧାବିଘ୍ନ ଆସୁଛି। ଏହାକୁ ହିଁ ଆମେ ଭାଗ୍ୟ ବୋଲି କହୁଛେ। ଏହା ପଛର ପ୍ରକୃତ କାରଣ କ’ଣ ଆସନ୍ତୁ ଜାଣିବା। ଋଣଗ୍ରସ୍ତ ହୋଇପାରନ୍ତି।
ଘର ପାଇଁ ନିଅଁ ଖୋଳା ଏକ ମୁଖ୍ୟ କାମ। ଏହି ନିଅଁ ଖୋଳାରେ ମଧ୍ୟ ବାସ୍ତୁନିୟମ ରହିଛି। ଏହି ନିୟମ ନ ମାନିବା ଦ୍ୱାରା ନିର୍ମାଣ କାର୍ଯ୍ୟରେ ବାଧାବିଘ୍ନ ଆସିବାର ଦେଖାଦେଇଛି। ତେବେ ଆସନ୍ତୁ ଏହି ଜାଣିବା ନିଅଁ ଖୋଳାର ବାସ୍ତୁ ନିୟମ ବିଷୟରେ ଜାଣିନେବା।
ବାସ୍ତୁବିଦ୍ୟାର ଅନୁଧ୍ୟାନରୁ ଜଣାଯାଏ ଯେ ସେ ଭୂମିରେ ଅନେକ ପ୍ରକାର ବାସ୍ତୁଦୋଷ ଥିଲେ ତାହା ମାରାତ୍ମକ ରୋଗର କାରଣ ହୁଏ। ତେବେ ଆସନ୍ତୁ ବାସ୍ତୁଦୋଷରୁ ସୃଷ୍ଟି ହେଉଥିବା ଫୁସ୍ଫୁସ୍ଜନିତ ରୋଗର କାରଣ ଏବଂ ନିରାକରଣ ବିଷୟ ଜାଣିନେବା।
ଘରର ମୁଖ୍ୟଦ୍ୱାରରେ ବାଧା ଥିଲେ, ପିଲାମାନେ ଅନେକ ସମସ୍ୟାର ସମ୍ମୁଖିନ ହୁଅନ୍ତି। ତେବେ କ'ଣ ଏହି ବାଧା, କିପରି କରାଯିବ ପ୍ରତିକାର ଆସନ୍ତୁ ଜାଣିବା।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଆଜି ଜାଣିବା ଘରେ ଶଙ୍ଖ ରଖିଲେ କ’ଣ ସବୁ ଫାଇଦା ମିଳିଥାଏ ? ଏହାସହ କେଉଁ ଶଙ୍ଖ ରଖିଲେ ଘରେ କେବେ ବି ଧନ ସମସ୍ୟା ଦେଖା ଦିଏ ନାହିଁ ?
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves