କ୍ୟାଂପସ୍ ନିଶାଡ଼ିଙ୍କ ଉପରେ ଲାଗିବ କଟକଣା । ଛାତ୍ର ତ ଛାତ୍ର, ଅଧ୍ୟାପକ ବି ନିଶା ସେବନ କରିପାରିବେ ନାହିଁ । ହାତ କାଟି ଲେଖିଦେବେ ଯେ, କ୍ୟାଂପସକୁ କୌଣସି ନିଶା ସେବନ କରି ଆସିବେନି କି ନିଶା କାରବାରରେ ଲିପ୍ତ ରହିବେନି ।
ଖାଲି ଛାତ୍ରଛାତ୍ରୀ ନୁହେଁ । ଏଣିକି ଅଧ୍ୟାପକ ଓ କର୍ମଚାରୀ ବି ଦେବେ ଆଣ୍ଟି ଡ୍ରଗ୍ ଘୋଷଣାନାମା । କ୍ୟାମ୍ପସ ହେବ ନିଶାମୁକ୍ତ ।
ଉଚ୍ଚଶିକ୍ଷା ବିଭାଗର ଚିଠିକୁ ନେଇ ରାଜନୀତି ଘନେଇଛି । ଛାତ୍ର ବୃତ୍ତି ଯୋଜନା ସମ୍ପର୍କିତ ହୋର୍ଡିଂକୁ, କ୍ୟାମ୍ପସରେ ଲଗାଇବାକୁ ସରକାର ଏବେ କାହିଁକି ନିଷ୍ପତ୍ତି ନେଲେ ? ନା ଆଗକୁ ନିର୍ବାଚନ ଥିବାରୁ ଯୋଜନା ଦେଖାଇ, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏ ପ୍ରୟାସ ? ଛାତ୍ର କଂଗ୍ରେସ କହିଛି ଛାତ୍ର ସଂସଦ ନିର୍ବାଚନ ସରକାର ବନ୍ଦ କରିଛନ୍ତି ।