Maa Charchika
1/10
ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ବାଙ୍କୀ ସ୍ଥିତ ମା’ ଚର୍ଚ୍ଚିକାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଦିନାତ୍ମକ ପୂଜା । ମଙ୍ଗଳ ଆଳତି କରାଯାଇ ମହାନଦୀରୁ ୧୦୮ ଗରା ଜଳ ଅଣାଯାଇ ମାଆଙ୍କୁ ସ୍ନାନ କରାଯାଇଥିଲା । ସୂର୍ଯ୍ୟ ପୂଜା ପରେ କଳସ ପୂଜା କରାଯାଇଥିଲା ।
2/10
ମାଆଙ୍କ ଆଳତି ବେଳେ ଘଣ୍ଟଘଣ୍ଟା ବାଦ୍ୟରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠେ । ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ ।
3/10
ଜଗତସିଂହପୁର ଜିଲା ଝଙ୍କଡ଼ସ୍ଥିତ ମାଆ ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ମାଆ ଜଗତ ଜନନୀଙ୍କୁ ବିଭିନ୍ନ ଦିନରେ ବିଭିନ୍ନ ବେଶରେ ସୁସଜିତ କରାଯାଇ ପୂଜା କରାଯିବ ।
4/10
ମାଆଙ୍କ ଆଶିଷ ନେବାକୁ ମନ୍ଦିରକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଆଳତି ବେଳେ ବାଜୁଛି କାହାଳୀ ବାଦ୍ୟ ।
5/10
ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଦ୍ୟ କ୍ଷେତ୍ର ବା ପ୍ରସିଦ୍ଧ ଶକ୍ତି ପୀଠ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମାଆ ମଙ୍ଗଳା । ମୂଳାଷ୍ଟମୀରେ ସହସ୍ର କୁମ୍ଭାଭିଷେକ ପରେ ମାଆଙ୍କ ନିକଟରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଷୋଡଶ ଉପଚାର ପୂଜା ନୀତି।
6/10
ମାଆ ମଙ୍ଗଳାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ । କରୁଛନ୍ତି ମାଆଙ୍କ କୃପା ଭିକ୍ଷା ।
7/10
ଯାଜପୁରରେ ଦୁର୍ଗା ରୂପରେ ପୁଜା ପାଉଛନ୍ତି ମାଆ ବିରଜା । ଶାରଦୀୟ ଦୁର୍ଗୋତ୍ସବ ଲାଗି ପୀଠ ଉତ୍ସବମୁଖର ହୋଇପଡିଛି ।
8/10
ଦୁର୍ଗାପୂଜାରେ ମାଆ ବିରଜା ରଥରେ ନବଦିନ ବିଜେ କରି ମହିଷାସୁରକୁ ବଧ କରିବା ପରମ୍ପରା ବିରଳ । ମାଆଙ୍କର ଏହି ଶାରଦୀୟ ଉତ୍ସବ ଲାଗି ଖାଲି ଯାଜପୁର କାହିଁକି ଜିଲ୍ଲା ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି ମାଆଙ୍କୁ ଦୁର୍ଗା ରୂପରେ ପୂଜା ଓ ଦର୍ଶନ କରିବାକୁ ।
9/10
ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ସେବାୟତ ପରିବାରର ମହିଳାମାନେ ଋଷିକୂଲ୍ୟା ନଦୀରୁ ଜଳ ନେଇ ୯୯୯ ପାହାଚ ଚଢ଼ି ପହଞ୍ଚିବା ପରେ ମଣ୍ଡପରେ ସ୍ନାନ କରିଥିଲେ ମାଆ ତାରାତାରିଣୀ l
10/10
ପାହାଡ଼ ଉପରେ ଅବସ୍ଥିତ ମାଆଙ୍କ ମନ୍ଦିରର ନିର୍ମାଣ ଶୈଳୀ ଭିନ୍ନତା ବହନ କରେ । ପ୍ରତିଦିନ ଚଣ୍ଡୀପାଠ, ହୋମ, ଯଜ୍ଞ ସହ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୁଏ । ପୂର୍ବରୁ ପ୍ରଚଳିତ ବଳି ପରମ୍ପରା ଏବେ ବିଧି ରକ୍ଷା ପାଇଁ ପାଳନ କରାଯାଉଛି l
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)