Advertisment

ଚାଲିଛି କଡ଼ା ଚେକିଂ; ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ ଭରିଲା ବରଯାତ୍ରୀ ଗାଡି

ଝାଡ଼ଖଣ୍ଡର କୁର୍ଡେଗକୁ ବାହାଘର ପାଇଁ ଯାଇଥିବା ବରଯାତ୍ରୀ ଗାଡ଼ିକୁ ମୋଟା ଅଙ୍କର ଫାଇନ ଲଗାଯାଇଛି । ଚେକିଂ ବେଳେ ବରଯାତ୍ରୀ ଗାଡ଼ିକୁ ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି ।

author-image
Otv Khabar Bureau
Bus carrying barat party from Jharkhand to Sundargarh challaned Rs 3.70 lakh fine

Bus carrying barat party from Jharkhand to Sundargarh challaned Rs 3.70 lakh fine

ବାହାଘରରୁ ଫେରିଲା ବେଳେ ପକେଟ୍‌ରୁ ଗଲା ୩ ଲକ୍ଷ ୭୦ ହଜାର । ଝାଡ଼ଖଣ୍ଡର କୁର୍ଡେଗକୁ ବାହାଘର ପାଇଁ ଯାଇଥିବା ବରଯାତ୍ରୀ ଗାଡ଼ିକୁ ମୋଟା ଅଙ୍କର ଫାଇନ ଲଗାଯାଇଛି । ଚେକିଂ ବେଳେ ବରଯାତ୍ରୀ ଗାଡ଼ିକୁ ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି ।

Advertisment

ସୁନ୍ଦରଗଡ ପରିବହନ ବିଭାଗ ଇନ୍ସପେକଟର ଜିତେନ୍ଦ୍ର କୁମାର ମୁର୍ମୁ ତାଙ୍କ ଟିମ୍ ସହିତ ସଦର ଥାନା କରମଡିହି ନିକଟରେ ଯାଞ୍ଚ କରୁଥିବା ସମୟରେ ରାତି ପ୍ରାୟ ୧୧ଟା ବେଳେ ଦେବଗଡ଼ରୁ କୁର୍ଡେଗକୁ ଏକ ବରଯାତ୍ରୀ ଫେରୁଥିଲା । ଏହି ଗାଡ଼ି କ୍ରିଷ୍ଣାଜୀ ନାମକ ଯାତ୍ରୀବାହି ବସକୁ ଅଟକାଇ ଯାଞ୍ଚ କଲା ବେଳକୁ ବସ୍‌ରେ ଇନ୍‌ସୁରାନ୍ସ, ଫିଟ୍‌ନେସ୍‌, ପଲ୍ୟୁସନ୍‌ ଓ ଟ୍ୟାକ୍ସ ଆଦି କିଛି ବି କାଗଜ ପତ୍ର ନଥିବା ଜଣାପଡିଥିଲା । ଯେଉଁଥିପାଇଁ ପରିବହନ ବିଭାଗ ୩ ଲକ୍ଷ ୭୦ ହଜାର ୧୭୨ ଟଙ୍କା ଫାଇନ ସହ ଗାଡ଼ିକୁ ନିଜ ହେପାଜତକୁ ନେଇଛି ।

ଅନ୍ୟପକ୍ଷେ, ଗତ ଗୁରୁବାର ଦିନ ମଧ୍ୟ ଭୁବନେଶ୍ୱରରେ ଏକ ସ୍କୁଲ୍‌ ବସ୍‌କୁ ପରିବହନ ବିଭାଗ ୨ ଲକ୍ଷ ୩୩ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା । ଭୁବନେଶ୍ୱର ଡମଣା ଛକରେ ଯାଞ୍ଚ ବେଳେ ଆରଟିଓ-୨ ଏହି ଫାଇନ୍‌ କାଟିଥିଲା। କେବଳ ଏତିକି ନୁହେଁ ପରିବହନ ବିଭାଗ ଏହି ବସ୍‌ଟିକୁ ଜବତ ମଧ୍ୟ କରିଥିଲା ।

Advertisment
Motor Vehicles Act Transport Department Rs 3.70 Lakh Fine
Advertisment
Advertisment