ଲୋକେ ଯେଭଳି ହଇରାଣ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି ।
ସୌଭାଗ୍ୟବଶତଃ ବଞ୍ଚିଗଲା ଅନେକଙ୍କ ଜୀବନ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ହଜାର ହଜାର ଯାତ୍ରୀ ।
ବାହାନଗା ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ମାନିକଲାଲ୍ । ସେଦିନର କଥା କ୍ୟାମେରା ଆଗରେ କହିଲେ । ଆଖି ଆଗରେ ଲୋକ ମୃତ୍ୟୁବରଣ କରୁଥିବା ଦେଖିଥିବା କହିଲେ ।
ଦୁଇ ଦିନ ଖୋଜି ଖୋଜି ପୁଅକୁ ପାଇଲେ ବାପା ଓ ମାଆ। ହସ୍ପିଟାଲରୁ ହସ୍ପିଟାଲ ଖୋଜି ବୁଲୁଥିଲେ ନେପାଳର ଦମ୍ପତି ।
ଲୋମଟାଙ୍କୁରା ବାହାନଗା ରେଳ ଦୁର୍ଘଟଣାର ୫ ଦିନ ପରେ ଏଯାଏଁ ବି ବହୁ ମୃତଦେହକୁ ଚିହ୍ନଟ କରାଯାଇ ପାରିନି । ତାର କାରଣ, ସେଗୁଡିକ ଏତେ ମାତ୍ରାରେ କ୍ଷତବିକ୍ଷତ ହୋଇଛି, ଚିହ୍ନିବା ଅବସ୍ଥାରେ ହିଁ ନାହିଁ ।
ସ୍ତ୍ରୀ ସିନ୍ଥିରୁ ସିନ୍ଦୂର ପୋଛି ଦେଇଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କୁନି ବୟସରେ ବାପ ଛେଉଣ୍ଡ କରି ଦେଲା କାଳ ଶୁକ୍ରବାର । ହସିଲା ସଂସାର ଉଜାଡି ଦେଲା କାଳରୂପୀ କରମଣ୍ଡଳ ।
ବଞ୍ଚାଅ ବଞ୍ଚାଅ ଆର୍ତ୍ତନାଦରେ ଫାଟି ପଡୁଥିବା ସେ ପରିବେଶ ଥିଲା ନିହାତି ଭିନ୍ନ ଆଉ କଳ୍ପନା ଅତୀତ। ଆଉ ଠିକ୍ ସେତିକି ବେଳେ ଜଣକ ପରେ ଜଣେ ଗୁରୁତରଙ୍କୁ ଲୌହ ଦାନବର ପଞ୍ଛାରୁ ମୁକୁଳାଉଥିଲେ ଏହି ସାହସୀ NDRF ଯବାନ।
ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂରେ ପରିବର୍ତ୍ତନ ଓ ସିଗନାଲ୍ ଟାଂପରିଂ। ଯାହାକୁ ନେଇ ଉଠୁଛି ଷଡ଼ଯନ୍ତ୍ର ଥିଓରୀ। ଏସବୁ ଭିତରେ ଖୋର୍ଦ୍ଧା ରୋଡ୍ DRM ରିଙ୍କେଶ ରାୟ କହିଛନ୍ତି ସିଗନାଲ୍ ସିଷ୍ଟମରେ ଫିଜିକାଲ୍ ଟାଂପରିଂ ହୋଇଛି ।
ରେଳ ମନ୍ତ୍ରାଳୟ ଆବେଦନ ଆଧାରରେ ଏଫଆଇଆର, ଜିଆରପିଠୁ ତଦନ୍ତ ଭାର ନେଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା
ଦୁର୍ଘଟଣା ପରେ ଛିଣ୍ଡି ପଡ଼ିଥିଲା ଓଭରହେଡ୍ ଇଲେକ୍ଟ୍ରିକ୍ ଲାଇନ୍
ଦୁର୍ଘଟଣାସ୍ଥଳରେ CBI ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଦିଲ୍ଲୀରୁ ଏକ ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
‘ଶେଷ ଥର ପାଇଁ ହେଲେ ବି ଥରୁଟିଏ ତାକୁ କୋଳେଇ ଧରି ମନଭରି କାନ୍ଦିବାକୁ ଚାହେଁ ।’
ଏତେ ବଡ଼ ଟ୍ରାଜେଡି କେମିତି ହେଲା, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ସଂସ୍ଥା
୨୪ ବର୍ଷର ପୁଅ ବଞ୍ଚିଥିବ ବୋଲି ଆଉ ତାଙ୍କର ଆଶା ନାହିଁ । ହେଲେ ବି ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ସେ ଦଉଡ଼ୁଛନ୍ତି । କେଉଁଠି ନା କେଉଁଠି ତ ସନ୍ଧାନ ମିଳିଯିବ । ଜୀବନ୍ତ ହେଉ କି ମୃତ ପୁଅକୁ ଧରି ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି । ହେଲେ ତା’ର କିଛି ଖୋଜଖବର ନାହିଁ ।
କରମଣ୍ଡଳର କଳା କାହାଣୀ ଖାଲି ଜୀବନ ନେଇନି। କାହା ସିନ୍ଥିରୁ ସିନ୍ଦୂର ପୋଛିଛି ତ କାହା କୋଳରୁ ଛୁଆକୁ ଛଡ଼ାଇ ନେଇଛି। କିଏ ବାପ ଛେଉଣ୍ଡ ହୋଇଛି ତ ଆଉ କିଏ ସର୍ବସ୍ୱ ହରାଇଛି। ବାହାନଗାର ବିଧ୍ୱସ୍ତ କାହାଣୀ ସର୍ବସ୍ୱାନ୍ତ କରିଦେଇଛି। ସମସ୍ତେ ଦାଣ୍ଡ ପିଣ୍ଡାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କାହାରି ପାଟିରୁ କଥା ପଦିଏ ବି ବାହାରୁନି। ସତେ ଯେମିତି ସମସ୍ତେ ନିର୍ବାକ ପାଲିଟିଯାଇଛନ୍ତି।
ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଖୋର୍ଦ୍ଧା ଡିଆରଏମ୍ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯଦି କେହି ଫିଜିକାଲି ଟାମ୍ପରିଂ ନ କରିବ, ତା’ହେଲେ ସିଗ୍ନାଲରେ ଗଡ଼ବଡ଼ ହେବନି। ଟେକ୍ନିକାଲି ଏହା ସମ୍ଭବ ନୁହେଁ।
ଆଜି ଆହତଙ୍କ ଅବସ୍ଥା ବୁଝିବା ପାଇଁ କଟକ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀା ଓଡ଼ିଶାରେ ଚିକିତ୍ସିତ ହେଉଥିବା ନିଜ ରାଜ୍ୟର ଆହତଙ୍କ ସମ୍ପର୍କରେ ପଚାରି ବୁଝିବୋ
ଟ୍ରେନ୍ ଦୁର୍ଘଟଣା ପରେ ରେଳ ବିଭାଗ ସଚେତନ ହୋଇଛି। ଏବେ ସାରା ଦେଶରେ ସୁରକ୍ଷା ଡ୍ରାଇଭ୍ ଅଭିଯାନ ଚଳାଇବାକୁ ପ୍ରସ୍ତୁତ ହେଉଛି। ରେଳବାଇ ମଧ୍ୟ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଛି।
ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ୨ ଲୋକୋ ପାଇଲଟ ଏବେ ଚିକିତ୍ସାଧୀନ ।
ଯେଉଁ ବି-ଏଇଟ୍ ବଗିକୁ ଯିବାକୁ ଏଜିକେଲ୍ ବାହାରିଥିଲେ, ତାହା ଆଜି ୧୦ ଫୁଟ୍ ତଳକୁ ଗଡ଼ି ଛିନଛତ୍ର। ଅନେକ ନିରୀହ ଯାତ୍ରୀଙ୍କ ମୃତ୍ୟୁର ସାଜିଛି ମୂକସାକ୍ଷୀ।
୩୯ ବର୍ଷୀୟ ଜଗନ୍ନାଥ ସାହୁ ସେହି ସମୟକୁ ଭୁଲି ପାରି ନାହାନ୍ତି। ସେ ମଧ୍ୟ ବାଲେଶ୍ୱର ଟ୍ରିପଲ ଟ୍ରେନ୍ର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ହୋଇଯାଇଥାନ୍ତେ, କିନ୍ତୁ ଭାଗ୍ୟ ତାଙ୍କୁ ସାଥ୍ ଦେଇଥିଲା। ଭଗବାନ ତାଙ୍କୁ ବଛେଇ ଦେଇଛନ୍ତି।
ଏନେଇ ଏହାର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି ।
ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ମଧ୍ୟ ମାମଲା ରୁଜୁ ହୋଇଛି । କେସ୍ ରୁଜୁ ପରେ ଡିଏସ୍ପି ରଞ୍ଜିତ ନାୟକଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ରହିଛି ।