ରାସ୍ତାରେ ଲୋକେ ମାନୁନାହାଁନ୍ତି ନିୟମ । ଭିଡ ବଢାଉଛି ରଙ୍ଗ ରୁଟରେ ଡ୍ରାଇଭିଂ ଓ ପାର୍କିଂ ।
ଖୋର୍ଦ୍ଧା ପୌରପରିଷଦ । ପ୍ରାୟ ୬୦ ହଜାରରୁ ଅଧିକ ଲୋକ ପୌରପାଳିକାରେ ରହୁଛନ୍ତି । ସହର ଭିତରେ ହିଁ ୬ ଜିଲ୍ଲାକୁ ରହିଛି ସଂଯୋଗର ମୁଖ୍ୟ ରାସ୍ତା । ତାହା ସହିତ ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ମଧ୍ୟ ଏହିଠାରେ ରହିଥିବାରୁ ସହର ଭିତରେ ଅସମ୍ଭବ ଭିଡ଼ । ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି ସହର ଭିତରେ ଥିବା କ୍ୟାବିନ ଏବଂ ଉଠାବ୍ୟବସାୟୀ । ହେଲେ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଖୋର୍ଦ୍ଧାର ହାବେଳି ପଡ଼ିଆ ଏବଂ ଟି.ଏଲ୍.ସି ପାଖ ଜାଗା ଚିହ୍ନଟ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନଥିବାରୁ ବ୍ୟବସାୟୀ ମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।