• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ମାର୍ଟ ସିଟିରେ ସବୁ କିଛି ସ୍ମାର୍ଟ କିନ୍ତୁ ଟ୍ରାଫିକ୍ ନିୟମରେ କେତେ ସ୍ମାର୍ଟ ଆମ ଜନତା ? ସଂଧ୍ୟା ହେଲେ ଭୁବନେଶ୍ୱରର ପ୍ରାୟ ସବୁ ଟ୍ରାଫିକରେ ଲାଗୁଛି ପ୍ରବଳ ଭିଡ଼ । ରଙ୍ଗରୁଟରେ ଡ୍ରାଇଭିଂ, ପାର୍କିଂ ଏହାର ପ୍ରମୁଖ କାରଣ ।

ଯିଏ ଯେମିତି ପାରିଲା ଚାଲିଲା, ଯେଉଁଠି ପାରିଲା ସେଠି ଅଟକିଲା । ବାମ ପଟ ହେଉ କି ଡାହାଣ ପଟ, ଟ୍ରାଫିକ୍ ନିୟମକୁ ମାନୁଛି କିଏ? ଭୁବନେଶ୍ୱରରେ କିଛି ଏଭଳି ଟ୍ରାଫିକ୍ ନିୟମକୁ ପାଳନ କରୁଛନ୍ତି ରାଜଧାନୀବାସୀ । ଡମଣା ଛକା ବାମ ପଟ ସବୁ ବେଳେ ଫାଙ୍କା ରହିବା କଥା, ଜରୁରୀକାଳୀନ ପରିସ୍ଥିତି ପାଇଁ ଗୋଟିଏ ପଟକୁ ଟ୍ରାଫିକ୍ ମୁକ୍ତ ରଖିବାକୁ ନିୟମ ରହିଛି...କିନ୍ତୁ ଲୋକେ ଶୁଣିଲେ ତ ! ଆମ୍ବୁଲାନ୍ସର ସାଇରନ ପରେ ବି ତାକୁ ରାସ୍ତା ମିଳୁନି । ଆଉ ଜେବ୍ରା କସିଂ କଥା ମାନୁଛି କିଏ? କିଛି ଜେବ୍ରା କସିଂ ଉପରେ ତ୍ କିଛି ଜେବ୍ରା କସିଂର ବହୁ ଆଗରେ ।

ନନ୍ଦନକାନନ ଛକରୁ ନାଲକୋ, ତମାଣ୍ଡୋରୁ ରସଲୁଗଡ଼ ସବୁଠି ଟ୍ରାଫିକରେ ସମାନ ସମସ୍ୟା । ଅଳ୍ପ କିଛି ନିୟମ ଖିଲାପକାରୀଙ୍କ ପାଇଁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ ହେଉଛି । ସଂଧ୍ୟା ହେଲେ ତ ଏହି ସମସ୍ୟା ଅଧିକ ବଢ଼ିଯାଉଛି । ଯେଉଁ ଫୁଟପାଥରେ ଲୋକେ ଚାଲିବା କଥା ସେଠି ବାଇକ୍ ଧରି ଲୋକେ ଅନାୟାସରେ ଯାଆସ କରୁଛନ୍ତି । ତାସହ ରାସ୍ତାର ଅଧିକାଂଶ ସ୍ଥାନରେ ଭୁଲ ପାର୍କିଂ, ରଗଂ ରୁଟ୍ ଡ୍ରାଇଭିଂ ଏହାର ପ୍ରମୁଖ କାରଣା...ଏନେଇ ଲୋକଙ୍କୁ ସଚେତନ

କରିବା ସହ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯାଉଥିବା କହିଛନ୍ତି ଟ୍ରାଫିକ୍ ଏସିପି । ସ୍ମାର୍ଟ ଆମ ସିଟି, ସ୍ମାର୍ଟ ଆମ ରାଜଧାନୀ କିନ୍ତୁ ଟ୍ରାଫିକ୍ ବ୍ୟବସ୍ଥାରେ କେବେ ସ୍ମାର୍ଟ ହେବେ ଆମ ଲୋକ ।

ରିପୋର୍ଟ : ଦୀପକ ଖିଲାର