ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଇତିହାସ ରଚିଲେ ମୀରାବାଈ ଚାନୁ । ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ । ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ପ୍ରଥମ ଦିନର ପଦକ ହାସଲ କରିଛି ଭାରତ ।
ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ । ମୀରାବାଈ ଚାନୁଙ୍କୁ ମିଳିଲା ରୌପ୍ୟ ପଦକ । କ୍ଲିନ୍ ଆଣ୍ଡ ଜର୍କର ଦ୍ୱିତୀୟ ରାଉଣ୍ଡରେ ମୀରାବାଈ ଚାନୁ ୧୧୫ କିଲୋଗ୍ରାମ ଭାର ଉଠାଇବାରେ ସଫଳ ହଲେ ।
ଟୋକିଓ ଅଲିମ୍ପିକ୍ସ୨୦୨୦ର ୨ୟ ଦିନରେ ସ୍ୱର୍ଣ୍ଣ ପଦକ ହାତେଇଲା ଚୀନ। ଅନ୍ୟପକ୍ଷେ ପୁରୁଷ ହକିରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ତାହାର ଅଭିଯାନ ଆରମ୍ଭ କରିଛି।
ମୋନିକା ବାତ୍ରା ଓ ଶରତ କମଲଙ୍କ ଯୋଡ଼ି ରାଉଣ୍ଡ ଅଫ୍ ୧୬ରେ ଚୀନୀ ତାଇପେ ଯୋଡ଼ିଠାରୁ ପରାଜୟ ବରଣ କରିଛନ୍ତି । ଚୀନୀ ତାଇପେ ଯୋଡ଼ିଠାରୁ ଭାରତର ମନିକା ବାତ୍ରା ଓ ଶରତ କମଲଙ୍କ ଯୋଡ଼ି ୮-୧୧, ୬-୧୧, ୫-୧୧, ୪-୧୧ ସେଟ୍ରେ ପରାସ୍ତ ହୋଇଛନ୍ତି ।
ଖେଳ ମହାକୁମ୍ଭ। ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଆଜି ଭାରତୀୟ ପୁରୁଷ ହକି ଟିମ୍ ନ୍ୟଜିଲାଣ୍ଡକୁ ହରାଇ ତା’ର ଅଭିଯାନ ଆରମ୍ଭ କରିଛି। ଟିମ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ ଟକ୍କର ପରେ ଭାରତ ୩-୨ରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି।
ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସର ଦ୍ୱିତୀୟ ଦିନ (୨୪ ଜୁଲାଇ) । ଭାରତୀୟ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ ପାଇଁ ପଦକ ଖାତା ଖୋଲିବାର ଏକ ଭଲ ସୁଯୋଗ ରହିଛି ।
ତୀରନ୍ଦାଜୀରେ ଦେଶକୁ ପ୍ରଥମ ଅଲିମ୍ପିକ୍ ପଦକ ଉପହାର ଦେବା ଲକ୍ଷ୍ୟରେ ଥିବା ଭାରତୀୟ ତୀରନ୍ଦାଜଙ୍କୁ ଆଗକୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିବ ।
ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ସମାରୋହ ପୂର୍ବରୁ ଟୋକିଓରେ ପ୍ରବଳ ହଙ୍ଗାମା । ଅଲିମ୍ପିକ୍ସ ବନ୍ଦ କରିବା ପାଇଁ ଜମିଲା ଲୋକଙ୍କ ଭିଡ଼ ।
କୋଭିଡ -୧୯ ମହାମାରୀର ଭୟ ମଧ୍ୟରେ ଶୁକ୍ରବାର ଏକ ରଙ୍ଗାରଙ୍ଗ ଉଦଘାଟନୀ ସମାରୋହରେ ଟୋକିଓରେ ୩୨ ତମ ଅଲିମ୍ପିକ୍ସ ଗେମ୍ସ ଆରମ୍ଭ ହୋଇଯାଇଛି । ଏହି କରୋନା ପାଇଁ ପ୍ରାୟ ଏକ ବର୍ଷ ବିଳମ୍ବରେ ଆଲିମ୍ପିକ୍ସ ଆୟୋଜନ କରଯାଇଛି ।
ଜାପାନର ରାଜଧାନୀ ଟୋକିଓ ଠାରୁ ୫,୧୨୬ କିଲୋମିଟର ଦୂରରେ ଥିବା ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁରର କରକାଇ ଗାଁ ଅଲିମ୍ପିକ୍ସ ଆରମ୍ଭକୁ ଚାତକ ଭଳି ଚାହିଁ ରହିଛି । କାରଣ ଏହି ଗାଁର ଝିଅ ପ୍ରଣତୀ ନାୟକ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ଜିମ୍ନାଷ୍ଟ ।
କରୋନା ମହାମାରୀ କାରଣରୁ ଗୋଟିଏ ବର୍ଷ ବିଳମ୍ବରେ ଆରମ୍ଭ ହେଉଛି ଅଲିମ୍ପିକ୍ସ । ହେଲେ ତଥା ଏହା ଉପରେ ରହିଛି କରୋନାର କାୟା । ସାରା ବିଶ୍ୱରେ ଏବେ ବି କରୋନାର ଭୟ ରହିଛି ।
ପଜିଟିଭ୍ ଚିହ୍ନଟ ନେଇ ଶନିବାର ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି। ଟୋକିଓ ଅର୍ଗାନାଇଜିଂ କମିଟିର ପ୍ରବକ୍ତା ମାସା ଟାକାୟା ପ୍ରେସ୍ କନ୍ଫରେନ୍ସରେ ସୂଚନା ଦେଇ କହିଛନ୍ତି, ‘ଭିଲେଜ୍ରୁ ଜଣେ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।