ଝିଅଟିର ପାଠପଢ଼ା ସହ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପରିବାର ଲୋକ ବହୁ ପୂର୍ବରୁ ସବୁକିଛି ସ୍ଥିର କରିନିଅନ୍ତି । ଏମିତିକି ଝିଅଟିର ବିବାହ ପାଇଁ ଟଙ୍କା ମଧ୍ୟ ସଞ୍ଚୟ କରାଯାଇଥାଏ । ଯେପରି ଝିଅର ବିବାହ ସମୟରେ କୌଣସି ଅସୁବିଧା ନଉପୁଜେ ସେଥିପ୍ରତି ଧ୍ୟାନ ଦିଆଯାଇଥାଏ । ହେଲେ ଏହାକୁ ନେଇ ଏକ ବଡ଼ ଯୋଜନା ବିଷୟରେ ଆସନ୍ତୁ ଜାଣିବା...
ପ୍ରାୟ ପ୍ରତ୍ୟେକ ଘରେ ଝଅଟିଏ ଜନ୍ମନେଲେ ତାର ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତିତ ରହିଥା’ନ୍ତି । ଝିଅଟିର ପାଠପଢ଼ା ସହ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପରିବାର ଲୋକ ବହୁ ପୂର୍ବରୁ ସବୁକିଛି ସ୍ଥିର କରିନିଅନ୍ତି । ଏମିତିକି ଝିଅଟିର ବିବାହ ପାଇଁ ଟଙ୍କା ମଧ୍ୟ ସଞ୍ଚୟ କରାଯାଇଥାଏ । ଯେପରି ଝିଅର ବିବାହ ସମୟରେ କୌଣସି ଅସୁବିଧା ନଉପୁଜେ ସେଥିପ୍ରତି ଧ୍ୟାନ ଦିଆଯାଇଥାଏ ।
ଏହି ଯୋଜନାରେ ଅର୍ଥ ବିନିଯୋଗର ସଠିକ୍ ସମୟ ରହିଛି । ଯେଇଁ ସମୟରେ ଆପଣ ଟଙ୍କା ବିନିଯୋଗ କଲେ ଉପକୃତ ହୋଇପାରିବେ । ଆପଣଙ୍କ କନ୍ୟା ସନ୍ତାନ ଜନ୍ମ ନେବା ମାତ୍ରେ ଏହି ଯୋଜନାରେ ଖାତା ଖୋଲିବା ହେଉଛି ସଠିକ୍ ସମୟ ।
ବର୍ତ୍ତମାନ ଆପଣ ଏହି ଯୋଜନାରେ ବିନିଯୋଗ କରି ୮.୦ ପ୍ରତିଶତ ସୁଧ ପାଇପାରିବେ । ଏହି ଯୋଜନା ମଧ୍ୟମରେ ଆପଣ ପାଣ୍ଠି ସଂଗ୍ରହ କରିପାରିବେ । ମାତ୍ର ୧୦୦ ଟଙ୍କା ସଞ୍ଚୟ କରି ଆପଣଙ୍କ ଝିଅ ପାଇଁ ୧୫ଲକ୍ଷ ଟଙ୍କା ପାଇପାରିବେ ।