• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରତ୍ୟେକ ବ୍ୟକ୍ତି ନିଜ ରୋଜଗାରରୁ ନିଜର ଭବିଷ୍ୟତ ଓ ନିଜ ପିଲାମାନଙ୍କ ପାଇଁ କିଛି ସଞ୍ଚୟ ରଖିବାକୁ ଚାହାନ୍ତି । ବିଶେଷ କରି ଘରେ ଝିଅଟିଏ ଜନ୍ମନେଲେ ତା’ର ବିବାହ ପାଇଁ କିଛି ଅଧିକ ଟଙ୍କାର ଆବଶ୍ୟକ ପଡ଼ିଥାଏ । ତାହା ସହ ପିଲାମାନଙ୍କ ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ଟଙ୍କାର ଆବଶ୍ୟକ ହୋଇଥାଏ । ତେବେ ଏପରି ସମୟରେ ଆପଣଙ୍କ ପାଇଁ ସରକାରଙ୍କ ଏକ ଭଲ ଯୋଜନା ରହିଛି । ଯାହା ଜାଣିବା ଦ୍ୱାରା ନିଶ୍ଚୟ ଆପଣଙ୍କୁ ଫାଇଦା ମିଳିପାରିବ । ତେବେ ଆସନ୍ତୁ ଜାଣିବା ଏହି ଯୋଜନା ସମ୍ପର୍କରେ...

ସରକାରଙ୍କ ପକ୍ଷରୁ ସୁକନ୍ୟା ସମୃଦ୍ଧି ଯୋଜନା କରାଯାଇଛି । ଯାହାର ଲାଭ ଆପଣମାନେ ଉଠାଇପାରିବେ । ଯଦି ଆପଣଙ୍କ ଝିଅ ଅଛନ୍ତି ତେବେ ତାଙ୍କର ଉଚ୍ଚ ଶିକ୍ଷା ଓ ବିବାହ ସମୟରେ ଏହି ଯୋଜନା ଲାଭ ଦେବ । ଆପଣଙ୍କ ଆର୍ଥିକ ବୋଝକୁ ସୁକନ୍ୟା ସମୃଦ୍ଧି ଯୋଜନା ହାଲୁକା କରିଦେବ ।

କେଉଁ ସମୟରେ ଖୋଲିବେ ସୁକନ୍ୟା ସମୃଦ୍ଧି ଖାତା ?

ଏହି ଯୋଜନାରେ ଅର୍ଥ ବିନିଯୋଗର ସଠିକ୍‌ ସମୟ ରହିଛି । ଯେଇଁ ସମୟରେ ଆପଣ ଟଙ୍କା ବିନିଯୋଗ କଲେ ଉପକୃତ ହୋଇପାରିବେ । ଆପଣଙ୍କ କନ୍ୟା ସନ୍ତାନ ଜନ୍ମ ନେବା ମାତ୍ରେ ଏହି ଯୋଜନାରେ ଖାତା ଖୋଲିବା ହେଉଛି ସଠିକ୍‌ ସମୟ । ସେହିପରି ଆପଣଙ୍କ ଝିଅକୁ ୧୦ ବର୍ଷ ହେବା ପୂର୍ବରୁ ଏଥିରେ ଆପଣ ଖାତା ଖୋଲି ଟଙ୍କା ନିବେଶ କରିପାରିବେ । ଜନ୍ମ ପରେ ଆକାଉଣ୍ଟ ଖୋଲିବା ଦ୍ୱାରା ୧୫ ବର୍ଷ ଯାଏଁ ଏହି ଯୋଜନାରେ ଟଙ୍କା ରଖିପାରିବେ ।

କେତେ ରହିଛି ସୁଧହାର ?

ଏହି ଯୋଜନାରେ ବାର୍ଷିକ ୮% ସୁଦ୍ଧ ପାଇପାରିବେ । ଆପଣଙ୍କ ଝିଅକୁ ୧୮ ବର୍ଷ ବୟସ ହେବା ପରେ ଆପଣ ୫୦% ଟଙ୍କା ଉଠାଇପାରିବେ । ସେହିପରି ଝିଅକୁ ଯେବେ ୨୧ ବର୍ଷ ହେବ ସେହି ସମୟରେ ଆପଣଙ୍କୁ ଅବଶିଷ୍ଟାଂଶ ଟଙ୍କା ମିଳିବ ।

ଆପଣଙ୍କୁ ମିଳିପାରିବ ୬୪ ଲକ୍ଷ ଟଙ୍କା

ସୁକନ୍ୟା ସମୃଦ୍ଧି ଯୋଜନାରେ ଆପଣ ପ୍ରତିମାସ ୧୨,୫୦୦ ଟଙ୍କା ରଖିପାରିବେ । କିମ୍ବା ଆପଣ ଦିନକୁ ପ୍ରାୟ ୪୧୬ ଟଙ୍କା ରଖିବାକୁ ହେବ । ଯାହାକି ବାର୍ଷିକ ୧.୫ ଲକ୍ଷ ଟଙ୍କା । ଏହା ସମ୍ପୂର୍ଣ୍ଣ ଟିକସମୁକ୍ତ । ୭.୬ ପ୍ରତିଶତ ସୁଧରେ ଆପଣ ୨୧ ବର୍ଷରେ ୬୩,୭୯,୬୩୪ ଟଙ୍କା ଉଠାଇପାରିବେ । ଏହି ଯୋଜନାରେ ଆପଣଙ୍କ ମୋଟ ବିନିଯୋଗ ୨୨,୫୦,୦୦୦ ଟଙ୍କା ରହିବ । ସୁଧ ଆୟ ୪୧,୨୯,୬୩୪ ଟଙ୍କା ପାରିବେ । ତେଣୁ କ୍ରମାଗତ ଭାବେ ମାସିକ ୧୨,୫୦୦ ଟଙ୍କା ରଖିଲେ ଆପଣଙ୍କୁ ଭବିଷ୍ୟରେ ପ୍ରାୟ ୬୪ ଲକ୍ଷ ଟଙ୍କା ପାଇପାରିବେ ।

OTV is now on Whatsapp

Join and get latest news update delivered to you via whatsapp

Join Now