ଭକ୍ତଙ୍କୁ କେମିତି ଦେଖାଇବାକୁ ହେବ ଭଦ୍ରୋଚିତ ବ୍ୟବହାର ? ଶ୍ରଦ୍ଧାଳୁଙ୍କ ସହ କେଉଁ ପ୍ରକାର ଶ୍ରଦ୍ଧାରେ କରିବେ ଭାବ ବିନିମୟ ? ଆଚରଣ ସହ ଉଚ୍ଚାରଣରେ କିଭଳି ଆଣିବେ ଶୁଦ୍ଧତା ? ଶୃଙ୍ଖଳାର ଏସବୁ ପାଠ ପଢ଼ିବେ ଶ୍ରୀମନ୍ଦିର ସେବାୟତ ।
ଶ୍ରୀମନ୍ଦିର ଆନନ୍ଦ ବଜାରର ଭିଡ଼ ନିୟନ୍ତ୍ରଣ ପାଇଁ ଉତ୍ତର ଦ୍ବାର ବାହାରେ ଅନ୍ନଛତ୍ର କରାଯିବାକୁ ଯୋଜନା। ଆଜି ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଧପନ୍ତରିଆ କାର୍ଯ୍ୟକୁ ଦ୍ବିତୀୟ ଥର ପାଇଁ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସ୍ଥାନାନ୍ତର ଓ ଅଭ୍ୟର୍ଥନା କକ୍ଷ ପ୍ରତିଷ୍ଠା ନେଇ ପ୍ରସ୍ତାବ ଥିବା ମଧ୍ୟ କହିଛନ୍ତି ।
ଜଗନ୍ନାଥ ସଂସ୍କୃତି, ପରମ୍ପରାକୁ ନେଇ ମ୍ୟୁଜିୟମ ପ୍ରତିଷ୍ଠା ଦାବି...ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ଅନ୍ୟ ଦିବ୍ୟ ପଦାର୍ଥ ସଂରକ୍ଷିତ ରଖିବାକୁ ସ୍ବର ଉଠାଇଲେ ବୁଦ୍ଧିଜୀବୀ...
୨ ମାସ ଭିତରେ କମିଟି ଗଠନ ସଂପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ରହିଛି । ଏ ନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଗଣମାଧ୍ୟକୁ ସୂଚନା ଦେଇଛନ୍ତି ।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କଟକ ଜୁଡିସିଆଲ ଏକାଡେମୀରେ ହେବାକୁ ଥିବା ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପରଲେସ କୋର୍ଟ ସମ୍ମିଳନୀରେ ଯୋଗ ଦେବେ।