Advertisment

କେବେ ନିର୍ମାଣ ହେବ ଶ୍ରୀଜଗନ୍ନାଥ ମ୍ୟୁଜିୟମ? ଜୋରଧରିଲା ଦାବି....

ଜଗନ୍ନାଥ ସଂସ୍କୃତି, ପରମ୍ପରାକୁ ନେଇ ମ୍ୟୁଜିୟମ ପ୍ରତିଷ୍ଠା ଦାବି...ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ଅନ୍ୟ ଦିବ୍ୟ ପଦାର୍ଥ ସଂରକ୍ଷିତ ରଖିବାକୁ ସ୍ବର ଉଠାଇଲେ ବୁଦ୍ଧିଜୀବୀ...

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Shree Jagannath Temple

କୋଟି କୋଟି ଓଡ଼ିଆଙ୍କ ମଉଡମଣି ହେଲେ ଜଗତର ନାଥ ଜଗନ୍ନାଥ । ଗୌରବର ଗାଥା ଗାଏ ଶ୍ରୀମନ୍ଦିର । ରାଜ୍ୟର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ବଳିଷ୍ଠ ପ୍ରମାଣ ଦିଏ ସେଠାର ମ୍ୟୁଜିୟମ ବା ସଂଗ୍ରହାଳୟ। କିନ୍ତୁ ଦୁଃଖର ବିଷୟ ଓଡିଶାର ପରିଚୟ ପୁରୀ ଶ୍ରୀମନ୍ଦିରରେ ନାହିଁ ସଂଗ୍ରହାଳୟ । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କରାଯାଉଛି, କିନ୍ତୁ ସଂଗ୍ରହାଳୟର ପରିକଳ୍ପନା ନାହିଁ। ପରିଚାଳନା କମିଟି ସଦସ୍ୟଙ୍କ ଠାରୁ ବୁଦ୍ଧିଜୀବୀଙ୍କ ଦାବି ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ସେଥିରେ ଲାଗୁଥିବା ପାଟବସ୍ତ୍ର ଓ ଅନ୍ୟ ଦିବ୍ୟ ପଦାର୍ଥକୁ ନେଇ ସଂଗ୍ରହାଳୟଟିଏ କରାଯାଉ । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ପ୍ରସ୍ତାବ ରହିଛି। ନିଶ୍ଚିତ କରାଯିବ।.....

Advertisment

ଶ୍ରୀମନ୍ଦିରକୁ ଅଧିକ ସରସ ସୁନ୍ଦର କରିବାକୁ କରାଯାଉଛି ଅନେକ ଯୋଜନା। କେତେ କାର୍ଯ୍ୟକାରୀ ହେଉଛି, ତାକୁ ନେଇ ଉଠିଛି ପ୍ରଶ୍ନ। ରଥଯାତ୍ରା ବେଳେ ତିନିଥରରେ ବିରାଜମାନ ପାର୍ଶ୍ୱ ଦେବାଦେବୀ, ସାରଥୀ ମାନଙ୍କୁ ରଖିବାପାଇଁ ସଂଗ୍ରହାଳୟ ଦାବି ହୋଇଛି। ଏମାନଙ୍କୁ ପରିତ୍ୟକ୍ତ ଅବସ୍ଥାରେ ରଖାଯାଇଥିବା ନେଇ ଖବର ପ୍ରସାରଣ ପରେ ପାର୍ଶ୍ୱ ଦେବାଦେବୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସଜେଇ ରଖାଯାଇଛି କିନ୍ତୁ ଏବେବି ସାରଥୀ ମାନେ ବାହାରେ ପଡିଛନ୍ତି। ଉତ୍ତର ପାର୍ଶ୍ୱ ମଠରୁ ତାଙ୍କୁ ଏମାର ମଠ ନିକଟକୁ ସ୍ଥାନାନ୍ତର କରାଯାଇଛି। ଯଦି ସଂଗ୍ରହାଳୟ ରହିଥାନ୍ତା ତାହ ହେଲେ ଭକ୍ତମାନେ ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଦେଖିବାର ସୁଯୋଗ ପାଇଥାନ୍ତେ। .....

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୩୩୧ କୋଟି ଟଙ୍କା ବିନିଯୋଗ କରାଯାଇଛି କିନ୍ତୁ ଏ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ, ରଘୁନନ୍ଦନ ଲାଇବ୍ରରୀ ନିର୍ମାଣ ହୋଇନାହିଁ। ଏହାସହ ଶ୍ରୀଜଗନ୍ନାଥ ମ୍ୟୁଜିୟମ ନିର୍ମାଣ କରାଯାଉ ବୋଲି ଦାବି .ହୋଇଛି। ଅନ୍ୟପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ମ୍ୟୁଜିୟମ ପାଇଁ ପ୍ରସ୍ତାବ ରହିଛି। ନିଶ୍ଚିତ ଏହା ପରିକ୍ରମା ପ୍ରକଳ୍ପରେ ବା ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ପରିସରରେ କରାଯିବ।....

Advertisment
Shree Jagannath Temple Museum
Advertisment
Advertisment