Advertisment

Shilpa Shetty: ୬୦ କୋଟିର ଫ୍ରଡ! ଶିଲ୍ପା ଶେଟ୍ଟି ଏବଂ ରାଜ କୁନ୍ଦ୍ରାଙ୍କର ଅଡୁଆ ବଢ଼ିଲା, ଲୁକ୍ଆଉଟ୍ ନୋଟିସ୍ ଜାରି

ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଦ୍ୱାରା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟି ଏବଂ ତାଙ୍କର ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ କରାଯାଇଛି । ଏହି ଦମ୍ପତି ୬୦ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Shilpa

Shilpa

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟି ଏବଂ ତାଙ୍କର ସ୍ୱାମୀ ରାଜ କୁନ୍ଦ୍ରାଙ୍କର ଅଡୁଆ ଆହୁରି ବଢ଼ିଗଲା। ଶିଳ୍ପା ଏବଂ ତାଙ୍କର ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଛି। ପ୍ରକୃତରେ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଦ୍ୱାରା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟି ଏବଂ ତାଙ୍କର ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ କରାଯାଇଛି। ଶିଳ୍ପା ଏବଂ ତାଙ୍କର ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଜଣେ ବ୍ୟବସାୟୀଙ୍କ ପ୍ରାୟ ୬୦ କୋଟି ଟଙ୍କା ହଡପ ଅଭିଯୋଗ ଆଣିଛନ୍ତି । ଏବେ ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ଉଭୟଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର୍ ଜାରି କରିଛି।

Advertisment

ଅଭିଯୋଗକାରୀ ବ୍ୟବସାୟୀ ଦୀପକ କୋଠାରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୫ରୁ ୨୦୨୩ ମଧ୍ୟରେ ଶିଳ୍ପା ଏବଂ ରାଜ ବିଜନେସ୍ ବଢ଼ାଇବାର ନାଁରେ ସେମାନଙ୍କଠାରୁ ୬୦ କୋଟି ଟଙ୍କା ନେଇଛନ୍ତି। ଏହି ରାଶି Best Deal TV Pvt. Ltd. ନାମକ କମ୍ପାନୀ ମାଧ୍ୟମରେ ନିଆଯାଇଥିଲା। ଆରମ୍ଭରେ ଏହାକୁ ଲୋନ୍ କହି ପାଖରେ ରଖାଯାଇଥିଲା, କିନ୍ତୁ ପରେ ଟ୍ୟାକ୍ସ ବଞ୍ଚାଇବା ପାଇଁ ଏହାକୁ ଇନ୍ଭେଷ୍ଟମେଣ୍ଟ୍ ରୂପରେ ଦର୍ଶାଯାଇଥିଲା। କୋଠାରୀଙ୍କ କହିବା ଅନୁଯାୟୀ, ମିଟିଙ୍ଗରେ ତାଙ୍କୁ ଆଶ୍ୱାସନା ଦିଆଯାଇଥିଲା ଯେ ନିର୍ଦ୍ଧାରିତ ସମୟରେ ୧୨% ବାର୍ଷିକ ସୁଧ ସହିତ ଟଙ୍କା ଫେରାଇ ଦିଆଯିବ।

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟି ୨୦୧୬ ଏପ୍ରିଲରେ ଲିଖିତ ଭାବେ ପର୍ସନାଲ୍ ଗ୍ୟାରେଣ୍ଟି ମଧ୍ୟ ଦେଇଥିଲେ। କିନ୍ତୁ କିଛଇ ମାସ ପରେ ଶିଳ୍ପା କମ୍ପାନୀରୁ ଡାଇରେକ୍ଟର ପଦରୁ ଇସ୍ତଫା ଦେଇଦେଲେ ଏବଂ ପରେ ଜଣାପଡ଼ିଥିଲା ଯେ କମ୍ପାନୀ ଉପରେ ୧.୨୮ କୋଟିର ଇନ୍ସଲ୍ଭେନ୍ସି କେସ୍ ଚାଲୁ ରହିଛି। ବ୍ୟବସାୟୀଙ୍କ ଦାବି ଅନୁଯାୟୀ, ତାଙ୍କୁ ଏହାର କୌଣସି ସୂଚନା ଦିଆଯାଇ ନଥିଲା। ଏହି ମାମଲାରେ ଅଭିଯୋଗ କରାଯାଇଛି ଯେ କମ୍ପାନୀ ନାମରେ ନିଆଯାଇଥିବା ଟଙ୍କାକୁ ବ୍ୟକ୍ତିଗତ ଖର୍ଚ୍ଚରେ ବ୍ୟବହାର କରାଯାଇଛି।

Advertisment

ପୋଲିସ୍ ଏବେ ଶିଳ୍ପା ଏବଂ ରାଜଙ୍କ ଟ୍ରାଭେଲ୍ ଲଗ୍ ଘାଣ୍ଟୁଛି । ସେମାନଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଛି। ଏହା ସହିତ କମ୍ପାନୀର ଅଡିଟ୍ କରିଥିବା ଅଡିଟରକୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଛି। ଏହି ମାମଲାରେ IPCର ଧାରା ୪୦୩, ୪୦୬ ଏବଂ ୩୪ ଅନୁସାରେ ଏତଲା ରୁଜୁ କରାଯାଇଛି।

ଅଭିଯୋଗକାରୀ ବ୍ୟବସାୟୀଙ୍କ ଓକିଲ୍ ଜୈନ ଶ୍ରଫଙ୍କ କହିବା ଅନୁଯାୟୀ, ତାଙ୍କର ମହକିଲ ସମ୍ପୂର୍ଣ୍ଣ ପ୍ରମାଣ ସହିତ ନିବେଶ କରିଥିଲେ। କମ୍ପାନୀ ଦେବାଳିଆ ଘୋଷଣା କରି ସେମାନଙ୍କୁ ଠକାଯାଇଛି ଏବଂ ଟଙ୍କାକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରାଯାଇଛି । ଶିଳ୍ପା ଶେଟ୍ଟିଙ୍କ ଓକିଲ ପ୍ରଶାନ୍ତ ପାଟିଲ୍ କହିଛନ୍ତି ଯେ ଅଳିଯୋଗକାରୀ ନିଜ କମ୍ପାନୀରେ ପାର୍ଟନର୍ ଥିଲେ, ତାଙ୍କର ପୁଅଙ୍କୁ ଡାଇରେକ୍ଟର୍ କରାଯାଇଥିଲା ଏବଂ ଏହା ଏକ ଇକ୍ୱିଟି ଏଗ୍ରିମେଣ୍ଟ୍ ଥିଲା। ଅର୍ଥାତ୍ ଲାଭ-କ୍ଷତି ଉଭୟଙ୍କ ମଧ୍ୟରେ ବଣ୍ଟାଯାଉଥିଲା।

ଅଧିକ ପଢ଼ନ୍ତୁ: ଡେପୁଟି ସିଏମଙ୍କୁ ଚିହ୍ନି ପାରିଲେନି ଲେଡି IPS ଅଫିସର, ଭିଡିଓ ଭାଇରାଲ୍ ହେବା ପରେ ବଢ଼ିଲା ବିବାଦ

Fraud Case Shilpa Shetty Raj Kundra
Advertisment
Advertisment