• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଡ଼ ପରଦାରେ ବଡ଼ ଆକାରରେ ଆସୁଛି ଶକ୍ତିମାନ । ଦିନେ ଟିଭି ଗଜତରେ ସବୁଠାରୁ ଲୋକପ୍ରିୟ ଧାରାବାହିକ ଥିଲା ଶକ୍ତିମାନ । ୯୦ ଦଶକରେ ଘରେ ଘରେ ପରିଚିତ ଥିଲା ଶକ୍ତିମାନ । ଆଉ ଏବେ ପୁଣିଥରେ ଲୋକଙ୍କ ସାମ୍ନାକୁ ଆସିବାକୁ ଯାଉଛି ସେହି ଶକ୍ତିମାନ । କିନ୍ତୁଏଥର ସିରିଏଲ ନୁହେଁ ଏଥର ବଡ଼ ପରଦାରେ ତଥା ଫିଲ୍ମ ଆକାରରେ ଆସୁଛି । ତାହା ପୁଣି ଆନ୍ତର୍ଜାତୀୟ ଷ୍ଟାଇଲ୍‌ରେ । ଏକଥା ଆମେ ନୁହେଁ ଖୋଦ୍‌ ଶକ୍ତିମାନ ମୁକେଶ ଖନ୍ନା କହିଛନ୍ତି ।

ସେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ ଜରିଆରେ ଏନେଇ ସୂଚନା ଦେଇଛନ୍ତି । ଆଉ କହିଛନ୍ତି ଫିଲ୍ମଟି ବଡ଼ ଆକାରରେ ଆସୁଛି । ପୂର୍ବରୁ ଏନେଇ ଘୋଷଣା ସରିଛି । ହେଲେ ବିଭିନ୍ନ କାରଣ ପାଇଁ ଏହା ବିଳମ୍ବ ହେଉଥିଲା । କିନ୍ତୁ ଏବେ ପ୍ରାୟ ସବୁ କାଗଜପତ୍ର କାମ ସରିଯାଇଛି । ଏଥିପାଇଁ ସାଇନ୍‌ ମଧ୍ୟ ନେଇସାରିଛନ୍ତି । ଫିଲ୍ମଟି ୨୦୦ରୁ ୩୦୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହେବ ବୋଲି ସ୍ଥିର କରାଯାଇଛି । ଏଥିରେ କିଏ ଅଭିନୟ କରିବ ସେନେଇ ମୁଁ ସୂଚନା ଦେଇପାରିବି ନାହିଁ । କିନ୍ତୁ ଖୁବ୍‌ଶୀଘ୍ର ଏନେଇ ଅଫିସିଆଲ ଘୋଷଣା କରାଯିବ । ରଣବୀର ସିଂହ ଏଥିରେ ଅଭିନୟ କରିପାରନ୍ତି ବୋଲି ସେ ଆଶଙ୍କା କରିଛନ୍ତି । କିନ୍ତୁ ଅଫିସିଆଲି କିଛି କୁହାଯାଇ ନାହିଁ ।

ଅଧିକ ପଢ଼ନ୍ତୁ: ଆସୁଛି ‘ଶକ୍ତିମାନ’ ଫିଲ୍ମ; ଜାଣନ୍ତୁ କିଏ ହେବେ ସୁପରହିରୋ

ତେବେ ସବୁଠାରୁ ବଡ଼ କଥା ହେଲା, ଏହି ଫିଲ୍ମରେ ଖୋଦ୍‌ ମୁକେଶ ଖନ୍ନା ମୁଖ୍ୟ ଭୂମିକାରେ ଅଭିନୟ କରୁନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଏହାସହ ଏହାକୁ କିଏ ନିର୍ଦ୍ଦେଶନା ଦେବ ସେନେଇ ମଧ୍ୟ ଖୁବ୍‌ଶିଘ୍ର ଜଣାପଡ଼ିବ ବୋଲି ସେ କହିଛନ୍ତି । ଏହି ପିଲ୍ମକୁ ସୋନି ପିକ୍‌ଚର୍ସ ପ୍ରସ୍ତୁତ କରୁଛି । ଗତବର୍ଷ ଏନେଇ ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଥିଲା । ସୋନି ପିକ୍‌ଚର୍ସ ଅନେକ ବଡ଼ ବଡ଼ ଫିଲ୍ମ ପ୍ରସ୍ତୁତ କରିବାର ଅଭିଜ୍ଞତା ରଖିଛି । ସ୍ପାଇଡର ମ୍ୟାନ୍‌ ଭଳି ଫିଲ୍ମ ସେ କରିଛି । ଯାହାକି ଖୁବ୍‌ ଲୋକପ୍ରିୟ ହୋଇଛି ।

ଶକ୍ତିମାନ ୧୯୯୭ରେ ଭାରତରେ ଦୁରଦର୍ଶନ ଚ୍ୟାନେଲ୍‌ରେ ପ୍ରକାଶିତ ହୋଇଥିଲା । ଦୀର୍ଘ ବର୍ଷ ଧରି ଲୋକଙ୍କୁ ଏହି ସିରିଏଲ ବାନ୍ଧି ରଖିବାରେ ସଫଳ ହୋଇଛି । ସେତେବେଳେ ଏହାର ଫ୍ୟାନ୍ ଫଲୋଅର୍ସ ସବୁଠାରୁ ଅଧିକ ଥିଲେ । ଏମିତିକି ଏବେ ବି ଏହାର ଅନେକ ପ୍ରଶଂସକ ରହିଛନ୍ତି । ଯଦି ଫିଲ୍ମଟି ଆସିଲେ ଲୋକେ ନିଶ୍ଚିତ ଏହାକୁ ଦେଖିବେ । ଏହି ସିରିଏଲର ପ୍ରଜୋଜକ ଥିଲେ ଖୋଦ୍ ମୁକେଶ ଖନ୍ନା ।