ସାଇବର୍ ଠକେଇର ସାଂଘାତିକ ରୂପ 'ସେକ୍ସଟର୍ସନ୍' । ନଗ୍ନ ଫଟୋ ଓ ଅଶ୍ଳୀଳ ଭିଡିଓକୁ ଅସ୍ତ୍ର କରୁଛନ୍ତି ଠକ । ବ୍ଲାକମେଲ୍ କରି କେବଳ ଲକ୍ଷ ଲକ୍ଷ ଟଙ୍କା ନୁହେଁ । ପରୋକ୍ଷରେ ଜୀବନ ବି ନେଉଛି ଏହି ରାକେଟ୍ । ଧମକଚମକ ଦେଇ ଟଙ୍କା ବା ବଟି ଆଦାୟକୁ କୁହାଯାଏ ଏକ୍ସଟର୍ସନ୍ ।
ରହୁଥିଲେ ପଳାଶୁଣିର ଆଲିସାନ ବଙ୍ଗଳାରେ । ତାଙ୍କ ବେପାର ଚାଲୁଥିଲା ଜାଗମରାସ୍ଥିତ ଭଡ଼ାଘରେ । ଯେଉଁଠି ଅର୍ଚ୍ଚନା ଖୋଲିଥିଲେ ଗୁପ୍ତ ରଙ୍ଗଶାଳା । ଖଣ୍ଡଗିରି ଥାନା ଜାଗମରା ସ୍ଥିତ ଏକ ଘରକୁ ଭଡ଼ା ସୂତ୍ରରେ ନେଇ ସେଇଠି ହିଁ ଅର୍ଚ୍ଚନା ଚଳାଇଥିଲେ ତାଙ୍କ ସେକ୍ସଟୋରେସନ୍ ସାମ୍ରାଜ୍ୟ ।
ସାଇବର ଲୁଟେରା ମାନେ ପ୍ରଥମେ ମହିଳାଙ୍କ ନାମରେ କିମ୍ବା ଅନେକ ଫେକ୍ ଆକାଉଣ୍ଟ ଜରିଆରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ପରେ ଭିଡିଓ କଲ୍ କରି ଅଶ୍ଳୀଳ ଭିଡିଓ କରିବାକୁ ପ୍ରବର୍ତ୍ତାଉଛନ୍ତି । କୌଣସି ବ୍ୟକ୍ତି ତାଙ୍କ କଥାରେ ଥରେ ପଡ଼ିଗଲେ ଜୀବନ ନର୍କ ହୋଇଯାଉଛି ।