• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୋସିଆଲ ମିଡ଼ିଆରେ ଡିଜିଟାଲ ସୁନ୍ଦରୀ ଆତଙ୍କ । ଲୋକଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରିବା ଉଦ୍ଦେଶ୍ୟରେ ସାଇବର ଅପରାଧୀମାନେ ‘ଅଶ୍ଳୀଳ ଚାର୍ଟକୁ ଆୟୁଧ କରୁଛନ୍ତି । ଦିନକୁ ଦିନ ସାଇବର ଅପରାଧୀଙ୍କ ସଂଖ୍ୟା ବଢ଼ି ବଢ଼ି ଯାଉଛି । ଏହି ପରିପେକ୍ଷୀରେ ଡିଜିଟାଲ ସୁନ୍ଦରୀଙ୍କ କବଳରୁ ନିଜକୁ ରକ୍ଷା କରିବାକୁ ଓଡ଼ିଶା ପୋଲିସ ଲୋକଙ୍କୁ ସତର୍କ କରାଇଛନ୍ତି । ଏଥିପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ଭିଡିଓ ଚାଟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଏନେଇ ଓଡ଼ିଶା ପୋଲିସ୍‌ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି ।

ଡିଜିଟାଲ ସୁନ୍ଦରୀଙ୍କ ଟାର୍ଗେଟରେ ଯୁବପିଢ଼ି । ସାଇବର ଲୁଟେରା ମାନେ ପ୍ରଥମେ ମହିଳାଙ୍କ ନାମରେ କିମ୍ବା ଅନେକ ଫେକ୍ ଆକାଉଣ୍ଟ ଜରିଆରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ପରେ ଭିଡିଓ କଲ୍ କରି ଅଶ୍ଳୀଳ ଭିଡିଓ କରିବାକୁ ପ୍ରବର୍ତ୍ତାଉଛନ୍ତି । କୌଣସି ବ୍ୟକ୍ତି ତାଙ୍କ କଥାରେ ଥରେ ପଡ଼ିଗଲେ ଜୀବନ ନର୍କ ହୋଇଯାଉଛି । ନକଲି ଆକାଉଣ୍ଟ ମାଧ୍ୟମରେ ଏହିପରି ଚାଟ୍ କିମ୍ବା ବାର୍ତ୍ତାଳାପକୁ ରେକର୍ଡ କରିବା ପରେ ସେମାନେ ନିଜ ଟାର୍ଗେଟକୁ ବ୍ଲାକମେଲ କରିବା ଆରମ୍ଭ କରନ୍ତି । ଭିଡିଓକୁ ସାର୍ବଜନୀନ କରିବାକୁ ଧମକ ଦେଇ ପୀଡ଼ିତଙ୍କୁ ବ୍ଲାକମେଲ କରନ୍ତି ଓ ଟଙ୍କା ଲୁଟୁଛନ୍ତି ।

ତେଣୁ ଅଜଣା ବ୍ୟକ୍ତି କିମ୍ବା ଅଜଣା ନମ୍ବରରୁ ଭିଡିଓ କଲ୍ ନଉଠାଇବା ପାଇଁ ଓଡିଶା ପୋଲିସ ଲୋକଙ୍କୁ ନିବେଦନ କରିଛି । ଅନ୍ୟପଟେ ବ୍ଲାକମେଲରର ଜାଲରେ ପଡ଼ିବା ପରେ ଭୟ କିମ୍ବା ଲୋକଲଜ୍ଜା ଭୟରେ ଏପରି ଘଟଣାକୁ ଲୋକେ ଲୁରାଉଥିବା ମଧ୍ୟ ଖବର ରହିଛି । ତେଣୁ କେହି ଲୋକ ଡିଜିଟାଲ ସୁନ୍ଦରୀଙ୍କ କବଳରେ ପଡ଼ିଲେ, ତୁରନ୍ତ ପୋଲିସ୍‌ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ କରୋନା ମହାମାରୀ ମଧ୍ୟରେ ଲୋକେ ଅଧିକ ଅନଲାଇନ କାରବାର କରୁଛନ୍ତି । ଟଙ୍କା ନେଣଦେଣରେ ଭାଇରସ ବ୍ୟାପିବା ଭୟ ଥିବାରୁ ଲୋକେ ଅନଲାଇନ୍ ପେମେଣ୍ଟ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି । ଏବେ ଏହା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ତେବେ ଲକଡାଉନ୍‌ ଓ ସଟ୍‌ଡାଉନ୍‌ ପରେ ପରେ ସାଇବାର କ୍ରାଇମ୍ ଅଧିକ ବଢ଼ିଥିବା ଦେଖିବାକୁ ମିଳୁଛି । ସାଇବର ଲୁଟେରା ଅଧିକ ଆକ୍ଟିଭ୍ ହୋଇ ଲୋକଙ୍କ ଠାରୁ ଟଙ୍କା କାଢ଼ିବାର ବିଭିନ୍ନ ଉପାୟ ବାହାର କରୁଛନ୍ତି ।