• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Science

Saturn
ପୃଥିବୀର ନିକଟତର ହେବ ଶନି; ରାତିରେ ଦେଖିପାରିବେ ଦୃଶ୍ୟ

ଯଦି ଆପଣ ଜ୍ୟୋତିର୍ବିଜ୍ଞାନକୁ ବିଶ୍ୱାସ କରନ୍ତି, ତେବେ ଆଜି ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି। ବାସ୍ତବରେ, ଆଜି ସକାଳ ୧୧.୩୦ରେ ଶନି ଗ୍ରହ ପୃଥିବୀର ଅତି ନିକଟତର ହେବା ନେଇ ଜ୍ୟୋତିର୍ବିଜ୍ଞାନୀମାନେ କହିଥିଲେ। ଏହି ସମୟରେ ଶନି, ପୃଥିବୀ ଏବଂ ସୂର୍ଯ୍ୟ ଏକ ପାର୍ଶ୍ୱରେ ରହି ସୂର୍ଯ୍ୟ ଚାରିପଟେ ଘୂରି ବୁଲିବେ। ଆଜି ରାତିରେ ଆପଣ ଏହି ଦୃଶ୍ୟ ଦେଖିପାରିବେ। ଏହି ଚମତ୍କାର ଦୃଶ୍ୟକୁ ଖାଲି ଆଖିରେ ମଧ୍ୟ ଦେଖିହେବ।

Jupiter
ବୃହସ୍ପତିରେ ମିଳିଲା ପାଣିର ବାଷ୍ପ

ପୃଥିବୀ ବାହାରେ ଜୀବନ ଖୋଜୁଥିବା ଆମ ବୈଜ୍ଞାନିମାନଙ୍କର କିଛି ଗ୍ରହର ଚନ୍ଦ୍ରରୁ ଅନେକ ଆଶା ରହିଛି। ଏଥି ମଧ୍ୟରେ ବୃହସ୍ପତିର ଚନ୍ଦ୍ର ଗେନିମିଡ୍‌ ମଧ୍ୟ ରହିଛି। ଏମିତିରେ ତ ଗେନିମିଡ୍‌ରେ ଜମାଟ ବରଫ ପୂର୍ବରୁ ଖୋଜ୍ ହୋଇସାରିଛି। ତେବେ ପ୍ରଥମ ଥର ପାଇଁ ଆମର ବୈଜ୍ଞାନିକମାନେ ଗେନିମିଡ୍‌ ଉପରେ ଜଳୀୟ ବାଷ୍ପର ପ୍ରମାଣ ପାଇଛନ୍ତି।

Mars
ନାସାର ଇନସାଇଟ୍‌ ମିଶନ କଲା ମଙ୍ଗଳର ଆଭ୍ୟନ୍ତରୀଣ ଗଠନର ଖୁଲାସା

ଆନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଦଳ ନାସାର ଇନ୍‌ସାଇଟ୍ ମିଶନର ସେସମୋମିଟର ଦ୍ୱାରା ଚିହ୍ନଟ ହୋଇଥିବା ମଙ୍ଗଳର ଭୂକମ୍ପକୁ ଅଧ୍ୟୟନ କରି ଏହି ଗ୍ରହର ଆଭ୍ୟନ୍ତରୀଣ ଗଠନ ବିଷୟରେ ବିସ୍ତୃତ ଭାବରେ ଅନୁସନ୍ଧାନ କରିଛି। ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ରେଡ୍‌ ପ୍ଲାନେଟ୍‌ର ମୂଳର ଆକାର ଏବଂ ରଚନା, ଏହାର ଭୂତଳ ଏବଂ ମେଣ୍ଟାଲ ବିଷୟରେ ସୂଚନା ବାହାର କରିଛନ୍ତି।