ରାସ୍ତା ଦେଇ ବାଇକ ଓ ଚାରିକିଆ ଯାନ ଯିବା ତ ଦୁରର କଥା ଚାଲି ଚାଲିକି ଯିବା ମଧ୍ୟ କଷ୍ଟ l ଆଉ ରାସ୍ତାରେ ରହିଥିବା କଲଭଟ୍ କଥା ନକହିବା ଭଲ l କାରଣ ସବୁ କଲଭଟ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ପ୍ଲାଷ୍ଟର ଛାଡି ଲୁହାରଡ଼ ଦେଖାଗଲାଣି l
ଏମିତି ପାରିବା ପଣିଆ ସରକାରୀ ବାବୁ ଆପଣ କୋଉଠି ଦେଖିନଥିବେ । ସାଢେ ସାତ କିଲୋମିଟର ରାସ୍ତା ତିଆରି କଲେ, ହେଲେ ଆଉ ଦେଢ କିମି ରାସ୍ତା ନିର୍ମାଣ ପାଇଁ ଭୁଲି ଗଲେ ।