ଆଶା ଆଶଙ୍କାରେ ରହିଛନ୍ତି ପୁରୀବାସୀ । ଧୀରଧୀରେ ବଢୁଛି ବାତ୍ୟାର ପ୍ରଭାବ । ପବନ ବହିବା ସହ ଝିପି ଝିପି ବର୍ଷା ହେଉଛି । ଏନେଇ ଅଧିକ ସୂଚାନ ଦେଉଛନ୍ତି ପୁରୀର ଚିଫ୍ ରିପୋର୍ଟର ମଧୁସୂଦନ ଦାସ ।
ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ମିଆଁମାର ଉପକୂଳ ତତ୍ ସଂଲଗ୍ନ ମାର୍ଟାବାନ୍ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିପାରେ। ଏହାର ପ୍ରଭାବରେ ୨୪ ତାରିଖ ସନ୍ଧ୍ୟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଗୁଲାପଡା ମହାନଦୀର ବଢି ପାଣିରେ ନଷ୍ଟ ହୋଇଯାଇଛି ଏକର ଏକର ଧାନ ଚାଷ ସହ ପରିବା ଫସଲ। ବର୍ଷା ଯୋଗୁ ଗତ ୩ ଦିନ ଧରି ଚାଷ ଜମିରେ ଲହଡି ମାରୁଥିଲା ବଢି ପାଣି। ତାହାରି ଭିତରେ ପୋତି ହୋଇ ରହିଥିଲା ବାଇଗଣ, ଭେଣ୍ଡି, ଟମାଟୋ, କଲରା ଆଦି ପନି ପରିବା। ଏବେ ବର୍ଷା ଛାଡ଼ିବା ସହ ପାଣି କମିିଯିବା ପରେ ଦାଉ ଦାଉ ହୋଇ ଦେଖାଯାଉଛି କ୍ଷୟକ୍ଷତି।
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ, ହୀରାକୁଦ ତଳମୁଣ୍ଡରେ ଏବେ ବର୍ଷା କମିଥିଲେ ବି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଜଳପ୍ରବେଶ ବଢୁଛି। ତେବେ ଡ୍ୟାମ୍ ଜଳସ୍ତରକୁ ୬୨୮ ଫୁଟ୍ ମଧ୍ୟରେ ସ୍ଥିର ରଖିବା ପାଇଁ ଉଦ୍ୟମ ଚାଲିଛି।
ଜନଜୀବନକୁ କଲବଲ କଲାଣି ଲଘୁଚାପଜନିତ ଲଗାଣ ବର୍ଷା। ଉପକୂଳ ପରେ ଏବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଇଛି କୋପ। ଚାଷ ଉଜୁଡିଛି, ବାସ ଭାସୁଛି। ଆସନ୍ତା ୪୮ ଘଣ୍ଟା ଭିତରେ ଅବପାତ କ୍ରମଶଃ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ୧୧ ଜିଲ୍ଲାକୁ ଦେଇଛି ୟେଲୋ ୱାର୍ଣ୍ଣିଂ
୬ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା।
ବିଶ୍ୱର ସବୁଠାରୁ ସନ୍ତସନ୍ତିଆ ବା ଆର୍ଦ୍ରତା ସ୍ଥାନ ଭାବରେ ମେଘାଳୟର ମାସିନ୍ରାମର ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ କରାଯାଇଛି। ବଙ୍ଗୋପସାଗର ଯୋଗୁଁ ଏଠାରେ ବହୁତ ଆର୍ଦ୍ରତା ଦେଖାଯାଏ। ଆହୁରି ମଧ୍ୟ, ଏଠାରେ ହାରାହାରି ବାର୍ଷିକ ବୃଷ୍ଟିପାତ ୧୧,୮୭୧ ମିମି। ଏହି ବର୍ଷା ଏତେ ଅଧିକ ଯେ ରିଓ ଡି ଜେନେରିଓରେ ଥିବା ୩୦ ମିଟର ଉଚ୍ଚ ଷ୍ଟାଚ୍ୟୁ ଅଫ୍ ଖ୍ରୀଷ୍ଟଙ୍କ ଆଣ୍ଠୁ ପର୍ଯ୍ୟନ୍ତ ପାଣି ଆସିଯାଏ।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା। ଗତକାଲି ସଂଧ୍ୟାରେ ଭୁବନେଶ୍ୱରରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟିଆସି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସେହିପରି କଟକ ସହରରେ ମଧ୍ୟ ବେଶ୍ କିଛି ସମୟ ପାଇଁ ଝଡ଼ବର୍ଷା ହୋଇଛି। ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଅନେକ ସମୟ ଧରି ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ଏହାପୂର୍ବରୁ କାଳବୈଶାଖୀ ବର୍ଷା ହେବା ନେଇ ୧୦ଟି ଜିଲ୍ଲା ପାଇଁ ସତର୍କ ସୂଚନା […]
ଭୁବନେଶ୍ୱର: ମୌସୁମୀ ସକ୍ରିୟ ରହିବା ସହିତ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୯ ତାରିଖ ଯାଏ ବର୍ଷା ଲାଗି ରହିବ। ୧୨ ଘଣ୍ଟା ମଧ୍ୟରେ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି […]