• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଡ଼ଦେଉଳର ଚାରିଦ୍ୱାର ଖୋଲିବା ପରେ ପୁରୀରେ ବଢୁଛି ଭକ୍ତଙ୍କ ଭିଡ଼ । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି । ସକାଳୁ ସକାଳୁ ଲାଗୁଛି ଭିଡ଼ । ଦ୍ୱାର ଫିଟା ପୂର୍ବରୁ ସିଂହଦ୍ୱାର ଆଗରେ ଲାଗୁଛି ଲାଇନ୍ । ଦିନ ବଢ଼ିବା ସହ ଗହଳି ଆହୁରି ବଢୁଛି ।

ଚାରି ଦ୍ୱାର ଖୋଲିବା ପରେ ବିନା ବାଧାରେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମନ୍ଦିର ବାହାରେ ଲାଗୁଥିବା ଲାଇନରୁ ଆଶ୍ୱସ୍ତି ମିଳିଛି । କିନ୍ତୁ ମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ବିଶେଷ ବ୍ୟବସ୍ଥା ନଥିବାରୁ କେହି କେହି ଅସନ୍ତୋଷ ପ୍ରକାଶ କରୁଛନ୍ତି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଛୁଟି ଦିନ ଥିବାରୁ ଭକ୍ତଙ୍କ ଭିଡ଼ ଥିଲା ।

କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି । ଆଗକୁ ଶୃଙ୍ଖଳିତ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ଚାରି ଦ୍ୱାର ହେଲା ଉନ୍ମୁକ୍ତ, ଭକ୍ତ ବେଶ୍ ଆହ୍ଲାଦିତ । ଜୁନ ୧୩ ତାରିଖରେ ରତ୍ନବେଦୀରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସରିବା ପରେ ହିଁ ଭକ୍ତଙ୍କ ପାଇଁ ଖୋଲି ଦିଆଯାଇଥିଲା ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସହ ଅନ୍ୟ ତିନି ଦ୍ୱାର ବ୍ୟାଘ୍ର, ହସ୍ତୀ ଓ ଅଶ୍ୱ ଦ୍ୱାର ।

ଯାହାକି ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଭାବେ ବିବେଚିତ । ତେଣେ ପ୍ରତିଶ୍ରୁତି ପୂରଣର ସେଇ ବହୁ ପ୍ରତିକ୍ଷୀତ ମୂହୁର୍ତ୍ତରେ ବି ଉପସ୍ଥିତ ଥିଲେ ନିଜେ ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ । ଜୟ ଜଗନ୍ନାଥ ଧ୍ୱନିରେ ଫାଟି ପଡୁଥିଲା ଚଉଦିଗ । ଶ୍ରୀମନ୍ଦିର ଭିତର କାଠ ନିକଟରୁ ଶ୍ରୀଜୀଉଙ୍କୁ ଦର୍ଶନ କରି ଆଶିଷ ନେଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ- କେବଳ ମହାପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଲା ।

ମହାପ୍ରଭୁଙ୍କ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହେବ ନାହିଁ । ଆଗକୁ ଶୃଙ୍ଖଳିତ ଦର୍ଶନ ନେଇ ଯାହା ଆବଶ୍ୟକ, ସବୁ ପଦକ୍ଷେପ ନେବୁ । ଠାକୁର ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ, ତାଙ୍କ କୌଳିକ ପଣ୍ଡାଙ୍କ ପୁସ୍ତିକାରେ ଦସ୍ତଖତ ମଧ୍ୟ କରିଥିଲେ । ୪ ଦ୍ୱାର ଖୋଲିବା ପରେ, ୪ ବର୍ଷ ଧରି ଅକଥନୀୟ ବ୍ୟାରିକେଡ୍ ଯନ୍ତ୍ରଣାରୁ ମୁକ୍ତି ମିଳିଛି ।

ଯାହାକୁ ନେଇ କେବଳ ଯେ, ଭକ୍ତ ଆନନ୍ଦିତ ହୋଇଛନ୍ତି ତା’ନୁହେଁ ବିଶ୍ୱାସ ଆଧାରିତ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଦ୍ୱାରରେ ଦୀର୍ଘଦିନ ପରେ ପ୍ରବେଶର ସୁଯୋଗ ପାଇ ବି ଆହ୍ଲାଦିତ ହୋଇଛନ୍ତି । ସେଥିପାଇଁ ସେମାନେ ରାଜ୍ୟରେ ନୂଆ କରି ଶାସନ ଭାର ନେଇଥିବା ବିଜେପି ସରକାର ଓ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ବି ଧନ୍ୟବାଦ ଦେବାକୁ ପଛାଇ ନାହାନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now